ନିର୍ବାଚନବେଳେ ଯୋଗଦେଇଥିଲେ ଏବେ ଦଳ ଛାଡିଲେ

Spread the love

କଂଗ୍ରେସର ଯୋଗଦେବାର ମାତ୍ରା 5 ମାସ ପରେ  କଂଗ୍ରେସ ଛାଡିଛନ୍ତି ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର । ମୁମ୍ବଇ କଂଗ୍ରେସରେ ଚାଲିଥିବା ଅନ୍ତଃକନ୍ଦଳକୁ ବିରୋଧକରି ସେ ଇସ୍ତଫା ଦେଇଥିବା କହିଛନ୍ତି । ସେ ନିଜର ଇସ୍ତଫାପତ୍ରକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି। ଗତ କିଛିଦିନଧରି ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ସଞ୍ଜୟ ନିରୁପମଙ୍କ ସହ ତାଙ୍କର ମତଭେଦ ଚାଲିଥିଲା ।

ସଞ୍ଜୟଙ୍କ କିଛି ସମର୍ଥକଙ୍କ ବିରୋଧରେ ସେ ମଧ୍ୟ ଦଳ ହାଇକମାଣ୍ଡ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ତାହାର ବିରୋଧ କରି ଉର୍ମିଲା ଦଳ ଛାଡିଥିବା ପ୍ରକାଶ କରିଛନ୍ତି । ଏପରିକି ତାଙ୍କ ଗୋପନ ପତ୍ରକୁ ଗଣମାଧ୍ୟମ ଆଗରେ ଲିକ କରାଯିବା ନେଇ ମଧ୍ୟ ସେ ଅସନ୍ତୁଷ୍ଟ ଥିଲେ ।

Tags: