କ୍ରେଡିଟ୍‍ କାର୍ଡ ବିଲ୍‍ ଭରଣା ପାଇଁ ଦୁଇ ସନ୍ତାନକୁ ବିକିଲେ ମାଆ

Spread the love

ଚୀନର ଝୋଜିୟାଙ୍ଗର ସିକ୍ସିରେ ରହୁଥିବା ଜଣେ ମହିଳା ନିଜର କ୍ରେଡିଟ୍‍ କାର୍ଡ ବିଲ୍‍ ଭରଣା ପାଇଁ ଦୁଇ ଯାଆଁଳା ଶିଶୁଙ୍କୁ ବିକ୍ରି କରିଥିବା ଘଟଣା ପଦାକୁ ଆସିଛି । ମହିଳାଙ୍କର କ୍ରେଡିଟ୍‍ କାର୍ଡ ବିଲ୍‍ ୬ଲକ୍ଷ ୫୬ହଜାର ହୋଇଥିଲା । ପୁଲିସ୍‍ ଏବେ ଏହି ମହିଳାଙ୍କୁ ଗିରଫ କରିଛି । ମହିଳାଙ୍କର ଏହି ଯାଆଁଳା ଶିଶୁଙ୍କ ବୟସ ୨ ସପ୍ତାହ ମଧ୍ୟ ହୋଇନାହିଁ । ହେଲେ ସେ ଭିନ୍ନ ଭିନ୍ନ ପରିବାରକୁ ନିଜ ଶିଶୁଙ୍କୁ ବିକ୍ରି କରିଛନ୍ତି । ଶିଶୁ କିଣିଥିବା ମହିଳାଙ୍କ ଘର ଏହି ମହିଳାଙ୍କ ଠାରୁ୭୦୦କିଲୋମିଟର ଦୂରରେ । ପୁଲିସ୍‍ ମାମଲାର ଯାଞ୍ଚ ଆରମ୍ଭ କରିଥିଲା ବେଳେ ଶିଶୁ ଚୋରା କାରବାର ପାଇଁ ତାଙ୍କୁ ୧୦ବର୍ଷ ଜେଲ୍‍ ଦଣ୍ଡ ହୋଇପାରେ ।

୨ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ପ୍ରକାଶିତ ରିପୋର୍ଟ ଅନୁସାରେ ମହିଳା ଜଣଙ୍କ ନିଜ ପାର୍ଟନରଙ୍କ ସହ ମିଶି ଏହି ଶିଶୁ ବିକ୍ରି କରିଥିଲେ । ଏଥିରୁ ମିଳିଥିବା ଅର୍ଥରେ ମହିଳା ଜଣଙ୍କ ଏକ ନୂଆ ଫୋନ୍‍କିଣିଥିଲେ । କୁହାଯାଉଛି ଯେ, ଶିଶୁ ଜନ୍ମ ପରେ ତାଙ୍କ ପାର୍ଟନର ତାଙ୍କ ଠାରୁ ଦୂରେଇ ରହିବା କାରଣରୁ ଏହା ମହିଳାଙ୍କ ଉପରେ ବୋଝ ସଦୃଶ୍ୟ ଥିଲା । ମହିଳା ଜଣଙ୍କ ଗୋଟିଏ ଶିଶୁକୁ ସାଢେ ୪ଲକ୍ଷ ଏବଂ ଅନ୍ୟ ଟିକୁ ୨ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ । ପିଲାଙ୍କୁ ବିକ୍ରି କରିଥିବା ଖବର ପାଇବା ପରେ ପାର୍ଟନର ପହଞ୍ଚି ନିଜ ଭାଗ ମାଗିଥିଲେ । ଏବେ ଉଭୟେଙ୍କୁ ଗିରଫ କରାଯାଇଛି ।

Tags: