ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗୃହବନ୍ଦୀ

Spread the love

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ତାଙ୍କୁ ପୁଅ ନର ଲୋକେଶ ଓ ଅନ୍ୟ ଟିଡିପି ନେତାଙ୍କୁ ଗୃହବନ୍ଦୀ କରାଯାଇଛି। ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ‘ଚଲୋ ଆତ୍ମାକୁର’ ରାଲି ନିମନ୍ତେ ଆହ୍ଵାନ ଦେଇଥିବା କାରଣରୁ  ତାଙ୍କୁ ବନ୍ଦୀ କରାଯାଇଥିବା ଜଣାପଡିଛି ।  ରାଜଧାନୀ ବିଜୟଓ୍ଵାଡ଼ା ନିକଟ ଉଣ୍ଡାବାଲ୍ଲିସ୍ଥିତ ତାଙ୍କ ଘରେ ପୁଲିସ ତାଙ୍କୁ ଅଟକ ରଖିଥିବା କଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିବା ପରେ ଆନ୍ଧ୍ରପ୍ରଦେଶରେ ଉତ୍ତେଜନ ଦେଖାଦେଇଛି।

ଅଟକ ବିରୋଧରେ ପ୍ରତିବାଦପୂର୍ବକ ବୁଧବାର ସକାଳ 8ଟାରୁ ସନ୍ଧ୍ୟା 8ଟା ଯାଏଁ ନାଇଡୁ ଅନଶନ ଆରମ୍ଭ କରିଛନ୍ତି। ନାଇଡୁଙ୍କ ଘର ବାହାରେ ଜମା ହୋଇଥିବା ଟିଡିପିର କେତେକ ସଦସ୍ୟ ଏହି ଅଟକ ବିରୋଧରେ ପ୍ରତିବାଦ କରି ପୁଲିସ ସହ ସଂଘର୍ଷ କରିଛନ୍ତି। ଶାସକ ‘ଓ୍ଵାଇଏସ୍‌ଆର୍‌ସିପି’ ସ୍ୱେଚ୍ଛାଚାର ବିରୋଧରେ ଟିଡିପି ‘ଚଲୋ ଆତ୍ମାକୁର’ ପ୍ରତିବାଦ ଆୟୋଜନ କରିଛି। ଦଳ ଦାବି କରିଛି ଯେ ଗତ ତିନି ମାସ ହେବ ‘ଓ୍ଵାଇଏସ୍‌ଆର୍‌ସିପି’ ସମର୍ଥକମାନେ ତାଙ୍କର ବହୁ କର୍ମୀଙ୍କୁ ଆକ୍ରମଣ ଓ ହତ୍ୟା କରିଛନ୍ତି।

Tags: