ମରିଗଲା ମାନବିକତା, ବସ୍ତାରେ ବନ୍ଧାହୋଇ ମଶାଣିକୁ ଗଲା ଶବ

Spread the love

ସମାଜରୁ ଧିରେଧିରେ ମାନବିକତା ମରିବାକୁ ବସିଲାଣି ।  କାର୍ଯ୍ୟବ୍ୟସ୍ତତା ହେଉ କିମ୍ବା ଅର୍ଥ ଲୋଭ ହେଉ ଅସହାୟଙ୍କୁ ସାହାଯ୍ୟ କରିବାକୁ କାହା ହାତ ଉଠୁନି। ଅନୁଗୋଳ ଜିଲ୍ଲାରେ ଏପରି ଏକ ଘଟଣା ଘଟିଛି ଯାହା ସଭ୍ୟ ସମାଜକୁ ନିନ୍ଦା କରିବ । ସୂଚନା ଅନୁସାରେ, ଅନୁଗୋଳ ରେଙ୍ଗାଳି ଫାଟକ କଲୋନୀରେ ଅଭାବନୀୟ ।

ଚାରି କାନ୍ଧ ନ ମିଳିବାରୁ ଶବକୁ ବସ୍ତାରେ ବାନ୍ଧି ସାଇକେଲରେ ବୋହି ନେଇ ସତ୍କାର କଲେ ସ୍ଥାନୀୟ ଯୁବକ । ସୂଚନାଯୋଗ୍ୟ ଯେ, ବାମୁର ଅଞ୍ଚଳର ଗିରିଧାରୀ ଗଣ୍ଡ ନାମକ ଜଣେ ବ୍ୟକ୍ତି ରେଙ୍ଗାଳିର ଫାଟକ କଲୋନୀରେ ରହୁଥିଲେ। ବାର୍ଦ୍ଧକ୍ୟ ପରେ ସ୍ବାଭାବିକ ମୃତ୍ୟୁ ପରେ ଘଣ୍ଟା ଘଣ୍ଟା ଧରି ଶବ ପଡି ରହିଲା । ତାଙ୍କ ପାଖରେ କେହି ନ ଥିଲେ। ସେ ଏକାକୀ ରହୁଥିଲେ। ପରେ ସ୍ଥାନୀୟ ଯୁବକ ଦୁଇଜଣ ଅଣ୍ଟା ଭିଡ଼ିଲେ। ଆଉ ବସ୍ତାରେ ବାନ୍ଧି ଏକ ସାଇକେଲରେ ନେଇ ଶବ ସତ୍କାର କରିଛନ୍ତି ।

Tags: