ଯେବେ ପ୍ରଧାନମନ୍ତ୍ରୀ ମୋଦି ନିଜ ହାତରେ ଅଳିଆ ଉଠାଇଲେ…

Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛଭାରତ ଅଭିଯାନ ଓ ପ୍ରତି ଘରେ ଜଳ ଆଦି ପ୍ରମୁଖ ଯୋଜନାରେ  ସଫଳ ହେବାପରେ ଏବେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଯୋଜନାକୁ ସଫଳ କରିବାକୁ ଲାଗି ପଡିଛନ୍ତି । ଉତ୍ତରପ୍ରଦେଶର ମଥୁରାରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମିଶନକୁ ଆରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦି ସେଠାରେ କିଛି କର୍ମଚାରୀଙ୍କ ସହ କଥାବାର୍ତ୍ତା କରୁକରୁ ଆବର୍ଜନା ବାଛିଥିଲେ । ପ୍ରକାଶ ଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଥୁରାରେ ପଶୁ ଆରୋଗ୍ୟ ମେଳା, କୃଷି ସମ୍ବନ୍ଧିତ କେତେକ ଯୋଜନା ସହ ଜଡିତ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଯାଇଥିଲେ ।

ଏହି ଅବସରରେ ସେ ଆବର୍ଜନା ନିବାରଣ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି । ଅର୍ଥାତ୍ ଯେଉଁ ଆବର୍ଜନା ଗୁଡିକ ସଡକ ଓ ଏଣେତେଣେ ପଡିଥାଏ ତାକୁ ଗାଇ ଓ ଅନ୍ୟପଶୁମାନେ ଖାଇଯାଆନ୍ତି, ସେଗୁଡିକୁ ନଷ୍ଟ କରିବା ପାଇଁ ଗୋଟିଏ ମେସିନ  ଲଗାଇଛନ୍ତି । ଯେଉଁଥିରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଅବା ପଲିଥିନକୁ ନଷ୍ଟ କରାଯାଇପାରିବ । ଏହି ପରିପ୍ରେକ୍ଷୀରେ କିଛି କର୍ମଚାରୀ ଆବର୍ଜନା ବାଛିବା ପାଇଁ ତଳେ ବସିଥିଲେ । ସେମାନେ ପ୍ଲାଷ୍ଟିକକୁ ଅଲଗା କରୁଥିଲେ । ସେଠାରେ ଉପସ୍ଥିତ ମହିଳାଙ୍କ ସହ ପ୍ରଧାନମନ୍ତ୍ରୀ କଥାବର୍ତ୍ତା କରିବା ସହ ପଲିଥିନ ବାଛିଥିଲେ ।  

Tags: