ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଓଡିଆ ଆଇଏଏସ ପି.କେ ମିଶ୍ର

Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି  ପ୍ରଶାସକ ଡକ୍ଟର ପ୍ରମୋଦ କୁମାର ମିଶ୍ର । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ କାର୍ଯ୍ୟକାଳ ଆଉ 5 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ଓଡ଼ିଆ ଆଇଏଏସ୍ ପି. କେ. ମିଶ୍ରଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। 1972 ବ୍ୟାଚ୍‌ ଗୁଜରାଟ କ୍ୟାଡର୍‌ର ଆଇଏଏସ୍‌ ପ୍ରଧାନମନ୍ତ୍ରୀଙ୍କର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ ।  ଏହା ପୂର୍ବରୁ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ମିଶ୍ର ତାଙ୍କ ସହ କାର୍ଯ୍ୟ କରିଥିଲେ। ପି. କେ. ମିଶ୍ରଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିବା ନୃପେନ୍ଦ୍ର ମିଶ୍ର ନିଜ ପଦବୀରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଆଉ ଦୁଇ ସପ୍ତାହ ଦାୟିତ୍ୱରେ ରହିବାକୁ କହିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଥିବା ସମୟରେ ଡ. ପି କେ ମିଶ୍ରଙ୍କୁ ଜାତିସଂଘର ବିପର୍ଯ୍ୟୟ ବିପଦ ପ୍ରଶମନ କାର୍ଯ୍ୟାଳୟ (ୟୁଏନଡିଆରଆର) ପକ୍ଷରୁ ସମ୍ମାନଜନକ ସାସାକାୱା ପୁରସ୍କାର 2019ରେ ପ୍ରଦାନ କରା ଯାଇଥିଲା ।

Tags: