ବିଧାୟକ ନେବେ ଟ୍ରେନିଂ

Spread the love

ଏଣିକି ରାଜ୍ୟର ସମସ୍ତ ବିଧାୟକ ଆଚରଣ ସୁଧାରିବା ପାଇଁ ନେବେ ଟ୍ରେନିଂ । ଆସନ୍ତା 13 ଓ 14 ତାରିଖରେ ବିଧାନସଭାରେ ବିଧାୟକମାନଙ୍କୁ ଟ୍ରେନିଂ ଦିଆଯିବ । ପାର୍ଲିଆମେଣ୍ଟରୁ କେନ୍ଦ୍ରୀୟ 6 ଜଣିଆ ଅଧିକାରୀ ଓଡିଶା ଆସି ବିଧାୟକମାନଙ୍କୁ ଟ୍ରେନିଂ ଦେବେ । ବିଧାନସଭାରେ ନିଜ ମତ କିଭଳି ରଖିବେ, ଆଚରଣ ଉଚ୍ଚାରଣ, ପାର୍ଲିଆମେଣ୍ଟାରୀ ଆଫେୟାର୍ସ, ଭାରତର ସମ୍ବିଧାନ, ବିଧାସଭାର ନିୟମାବଳୀ, ବିଧାୟକଙ୍କ କର୍ତ୍ତବ୍ୟ ଉପରେ ଏହି ଦୁଇ ଦିନିଆ କର୍ମଶାଳାରେ ଟ୍ରେନିଂ ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟ୍ରେନିଂ କାର୍ଯ୍ୟକ୍ରମକୁ  ଉଦଘାଟନ କରିବେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର  ଏହି ସୂଚନା ଦେଇଛନ୍ତି ।

Tags: