ଦି ସ୍କାଇ ଇଜ୍ ପିଙ୍କର ଟ୍ରେଲର ରିଲିଜ

Spread the love

 ଦି ସ୍କାଇ ଇଜ ପିଙ୍କର ଟ୍ରେଲର ରିଲିଜ ହୋଇଯାଇଛି ।  ନିର୍ଦ୍ଦେଶନା ସୋନାଲି ବୋଷ ଦେଇଥିବାବେଳେ ମୁଖ୍ୟ ଭୂମିକାରେ ଅଛନ୍ତି  ପ୍ରିୟଙ୍କା ଚୋପ୍ରା ଓ ଫରହାନ ଅଖତାର । ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରା 3 ବର୍ଷ ପରେ ବଲିଉଡକୁ ଫେରୁଛନ୍ତି । ପ୍ରିୟଙ୍କା ଓ ଫରହାନଙ୍କ ବ୍ୟତୀତ ଏହି ଫିଲ୍ମରେ ଜାୟରା ବାସିମ ଓ ରୋହିତ ସାରଫଙ୍କୁ ଦେଖିବାକୁ ମିଳିବ । ଆସନ୍ତା ଅକ୍ଟୋବର 11ରେ ଏହି ଫିଲ୍ମ ରିଲିଜ ହେବ । ଟ୍ରେଲରରେ ରୋମାନ୍ସ, ଇମୋସନ ସହ ପରିବାର ପ୍ରତି ଭଲପାଇବାକୁ ଦେଖିବାକୁ ମିଳିବ । ଏହି ଫିଲ୍ମଟି ପ୍ରେରଣାଦାୟୀ ବକ୍ତା ଆୟସା ଚୌଧୁରୀଙ୍କ ଜୀବନକୁ ନେଇ ଆଧାରିତ ହୋଇଛି। ଆୟସାଙ୍କୁ ପଲମୋନାରୀ ଫାଇବ୍ରୋସିସ ରୋଗ ହୋଇଥିବାବେଳେ ପ୍ରିୟଙ୍କା ଫିଲ୍ମରେ ଅଦିତି ଚୌଧୁରୀ ଓ ଫରହାନ ତାଙ୍କ ସ୍ୱାମୀ ନିରନ ଚୌଧୁରୀଙ୍କ ଭୂମିକାରେ ଦେଖିବାକୁ ମିଳିବେ। 

Tags: