ଭାଇରାଲ ହେଲା ବିରୁଷ୍କାଙ୍କ ଫଟୋ

Spread the love

ସୋସିଆଲ ମିଡିଆରେ ଭାରତୀୟ ଅଧିନାୟକ ବିରାଟ କୋହଲି ବେଶ ଚଳଚଞ୍ଚଳ ଥା’ନ୍ତି । ବୁଧବାର ଦିନ ସେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏକ ରୋମାଣ୍ଟିକ୍‍ ଫଟୋ ସେୟାର କରିଛନ୍ତି ସୋସିଆଲ ମିଡିଆରେ । ସମୁଦ୍ର ତଟରେ ବେଶ ଖୁସିର ମୁଡ୍‍ରେ ଦୁହେଁ ଥିବାର ବେଳର ଏହି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଲୋକେ ତାହାକୁ ଖୁବ୍‍ ପସନ୍ଦ କରୁଛନ୍ତି । ସଂଖ୍ୟାଧିକ ଲୋକ ପ୍ରକୃତ ପ୍ରେମର ଉଦାହରଣ ଏମାନେ ବୋଲି ଲେଖିଛନ୍ତି । ସେହିପରି ଆଉ କିଛି ଜଣ ରାଜା ଓ ରାଣୀ ବୋଲି ଲେଖି ବଢିଆ ଫଟୋ ହୋଇଛି ବୋଲି ଦେଇଛନ୍ତି ମନ୍ତବ୍ୟ ।

Tags: