ପୁଣି ମୁହାଁମୁହିଁ ହେଲେ ଚୀନ ଓ ଭାରତୀୟ ସେନା, ଲଦାଖ ଅସ୍ଥିର

Spread the love

 ପୁଣି  ଭାରତ ଓ ଚୀନ ସେନା ମୁଁହାମୁହିଁ ହୋଇଛନ୍ତି। ପୂର୍ବ ଲଦାଖରେ ଅନେକ ସମୟ ଧରି ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପେଂଗଗଙ୍ଗ ହ୍ରଦର 134 କିଲୋମିଟର ଉତ୍ତରରେ ଏହି ଘଟଣା ଘଟିଥିଲା । ପୂର୍ବରୁ 2017 ଅଗଷ୍ଟ 15ରେ ଏହି ଅଞ୍ଚଳରେ ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପଥର ଏବଂ ଲୁହା ରଡ଼ରେ ଉଭୟ ସେନାର ଯବାନ ପରସ୍ପରକୁ ଆକ୍ରମଣ କରିଥିଲେ । ସେହିବର୍ଷ ସୀମାର ଡୋକଲାମରେ ମଧ୍ୟ ଦୁଇ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଦୀର୍ଘ 73 ଦିନ ଧରି ମୁହାଁମୁହିଁ ପରିସ୍ଥିତି ପରେ ଉଭୟ ଦେଶର ଯବାନ ହଟିଥିଲେ । ତେବେ ଆଲୋଚନା ପରେ ଉତ୍ତେଜନା ଥମିଥିବା ଜଣାପଡ଼ିଛି ।  ପେଂଗଗଙ୍ଗ ହ୍ରଦ ଚୀନରେ ଦୁଇ ତୃତୀୟାଂଶ ରହିଥିବାବେଳେ ଭାରତରେ ଗୋଟିଏ ଭାଗ ରହିଛି । ତିବ୍ବତଠାରୁ ଲଦାଖ ପର୍ଯ୍ୟନ୍ତ ଲମ୍ବିଛି ଏହି ହ୍ରଦ ।

ଏହି ସୀମାରେ ଭାରତୀୟ ସେନାର ଯବାନ ପାଟ୍ରୋଲିଂରେ ଯାଇଥିବାବେଳେ ଚୀନ ସୈନିକଙ୍କ ସହ ମୁହାଁମୁହିଁ ହୋଇଥିଲେ। ଚୀନ ସୈନିକମାନେ ଭାରତୀୟ ସେନାର ଯବାନଙ୍କ ପାଟ୍ରୋଲିଂକୁ ନେଇ ଆପତ୍ତି ଉଠାଇଥିଲେ । ଏହାପରେ ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କିଛି ସମୟ ମଧ୍ୟରେ ଦୁଇ ପଟୁ ଅଧିକ ସଂଖ୍ୟକ ଯବାନ ଏକତ୍ରିତ ହୋଇଥିଲେ । ଅନେକ ସମୟ ଧରି ଦୁଇ ଦେଶର ସେନାଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଥିଲା । ଦୁଇ ଦେଶ ସେନାର ଉଚ୍ଚ ପ୍ରତିନିଧିମଣ୍ଡଳୀସ୍ତରୀୟ ଆଲୋଚନା ପରେ ପରିସ୍ଥିତି ମାନ୍ୟ ହୋଇଛି।

 

Tags: