୨୧୦୦ବର୍ଷ ତଳେ ଥିଲା ମୋବାଇଲ

Spread the love

ବର୍ତ୍ତମାନର ସମୟରେ ପ୍ରତ୍ୟେକଙ୍କ ନିକଟରେ ମୋବାଇଲ ରହୁଛି । ତେବେ ୨୧୦୦ବର୍ଷ ତଳେ ଲୋକେ ମୋବାଇଲ ବ୍ୟବହାର କରୁଥିଲେ କି? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ରୁଷ ଗଣରାଜ୍ୟର ତୁବାରେ ପ୍ରତ୍ନତତ୍ତ୍ୱବିତ୍‍ ମାନେ ୨୧୩୭ ବର୍ଷ ପୁରୁଣା ଏକ କଙ୍କାଳକୁ ଖୋଜି କାଢିଛନ୍ତି । କଙ୍କାଳ ମିଳିବା କିଛି ବଡ଼ ଉପଲବ୍ଧି ନୁହେଁ ସତ ହେଲେ ବଡ଼କଥା ହେଉଛି ଏହି କଙ୍କାଳ ନିକଟରୁ ଆଇଫୋନ୍‍ ଭଳି ଏକ ବସ୍ତୁ ମିଳିବା । ତେବେ ଏହା ଆଇଫୋନ୍‍ ନୁହେଁ ମାତ୍ର ଦେଖିବାକୁ ଏହା ଭଳି । ତେବେ ଏହା ମାଧ୍ୟମରେ ଲୋକେ କଥାବାର୍ତ୍ତା ହେଉଥିଲେ କି ତାହା ବଡ଼ ପ୍ରଶ୍ନ । ରିପୋର୍ଟ ଅନୁସାରେ ଏହି କଙ୍କାଳଟି ଜଣେ ଧନୀକ ମହିଳାଙ୍କର । ଆଇଫୋନ୍‍ ଭଳି ଯେଉଁ ବସ୍ତୁଟି ମିଳିଛି ତାହା ଏକ ପଥର ଖଣ୍ଡିଏ । ମାତ୍ର ଏହି ପଥରରେ ଅନେକ ମୂଲ୍ୟବାନ ପଥର,ହୀରା,ନିଳା,ମୋତି ଲାଗିଛି । ଏହା ଆଇଫୋନ୍‍ ଠାରୁ ଅଧିକ ମୂଲ୍ୟବାନ ।

Tags: