6 ଲକ୍ଷ 53 ହଜାର 100 ଟଙ୍କାର ଚାଲାଣ କାଟିଲା ସମ୍ବଲପୁର ଆରଟିଓ

Spread the love

ସମ୍ୱଲପୁରରେ କଟିଛି  ଦେଶର ବଡ଼ ଚାଲାଣ । ଆଇନ ଉଲ୍ଲଂଘନ ଓ  ଆବଶ୍ୟକ ପ୍ରମାଣପତ୍ର ନଥିବାରୁ ନାଗାଲାଣ୍ଡର ଏକ  ଟ୍ରକକୁ 6 ଲକ୍ଷ 53 ହଜାର 100 ଟଙ୍କାର ଚାଲାଣ କାଟିଛି ସମ୍ବଲପୁର ଆରଟିଓ । ଆଇନ ଉଲ୍ଲଂଘନ ପାଇଁ 500 ଟଙ୍କା, ପ୍ରଦୂଷଣ ପ୍ରମାଣପତ୍ର ନଥିବାରୁ 1000 ଟଙ୍କା, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ କରୁଥିବାରୁ 5ହଜାର, ପରମିଟ୍‌ ନଥିବାରୁ ୫ହଜାର, ବୀମା ସାର୍ଟିଫିକେଟ ନଥିବାରୁ 1ହଜାର ଟଙ୍କା , ଓମଭିଟି -3 ଟିକସ ବାବଦକୁ 6 ଲକ୍ଷ 40 ହଜାର 500 ଟଙ୍କା ଚାଲାଣ କାଟିଛି ସମ୍ବଲପୁର ଆରଟିଓ । ତେବେ ସମ୍ବଲପୁର ରେମେଡରେ ଚେକିଂ ଚାଲିଥିବା ବେଳେ ଏହି ଜରିମାନା କରାଯାଇଛି। ଏହି ଟ୍ରକଟି ନାଗାଲାଣ୍ଡର ଶୈଳେସ ଶଙ୍କର ଲାଲ ଗୁପ୍ତାଙ୍କ ନାଁରେ ଥିବା ଜଣାପଡ଼ିଛି।

ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ମୋଟା ଅଙ୍କର ଜରିମାନା ଦେଇ ସାରିଛନ୍ତି ଗାଡ଼ି ଚାଳକ। ଖାଲି ସେତିକି ନୁହେଁ ଏହି ନୂଆ ନିୟମକୁ ନେଇ ଅନେକ ସ୍ଥାନରେ ହିଂସା ମଧ୍ୟ ଉପୁଜିଛି । ପୂର୍ବରୁ ବଡ଼ ରକମର ଚାଲାଣ କଟି ସାରିଥିଲେ ବି ଓଡ଼ିଶାର ସମ୍ବଲପୁରରେ କଟିଛି ସବୁଠାରୁ ବଡ଼ ଚାଲାଣ।

Tags: