ବଡଘର ବଡ ଗୁମର କଥା, ଲାଲୁ ଯାଦବକଙ୍କ ବଡ ବୋହୂ ଘରଛାଡି ପାଳଇଲେ…

Spread the love

ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ବୋହୂ ଅର୍ଥାତ୍ ତେଜପ୍ରତାପ ଯାଦବଙ୍କ ପତ୍ନୀ ଐଶର୍ଯ୍ୟା ରାୟ ଶୁକ୍ରବାର ଅଚାନକ ଶାଶୂ ରାବ୍ରି ଦେବୀଙ୍କ ବାସଭବନରୁ କାନ୍ଦି କାନ୍ଦିି ଖାଲି  ପାଦରେ ଚାଲି ଗେଟ୍‍ ପର୍ଯ୍ୟନ୍ତ ଯାଇଥିଲେ । ଗେଟ୍‍ ବାହାରେ ଠିିଆ ହୋଇଥିବା ନିଜ ବାପାଙ୍କ ଗାଡ଼ିରେ ବସି ପଳାଇଯାଇଥିଲେ । ସେ ଏକୁଟିଆ ଥିଲେ, ତାଙ୍କ ସହ ଆଉ କାହାକୁ ଦେଖିବାକୁ ମିଳିନଥିଲା । ଏହି ଘଟଣା ପରେ ପୁଣିଥରେ ଚର୍ଚ୍ଚା  ଆରମ୍ଭ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ତେଜପ୍ରତାପଙ୍କ ସହ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ମନାନ୍ତର ଦେଖିବାକୁ ମିଳିଥିଲା । ଆଉ ତେଜପ୍ରତାପ ପତ୍ନୀଙ୍କୁ ଛାଡ଼ପତ୍ର ଦେବାର ନିଷ୍ପତ୍ତି ନେବା ସହ ଅଦାଲତରେ ମାମଲା ଦାଏର କରିଛନ୍ତି । ତେଜପ୍ରତାପଙ୍କୁ ଛାଡ଼ପତ୍ର ପ୍ରତ୍ୟାହାର ପାଇଁ ପରିବାର ପକ୍ଷରୁ ବାରମ୍ବାର ଚାପ ପ୍ରୟୋଗ କରାଯାଉଥିଲେ ମଧ୍ୟ ସେ ଏହାକୁ ଗ୍ରହଣ କରିନାହାନ୍ତି । ଆବେଦନ ପତ୍ରରେ ତେଜପ୍ରତାପ ଉଲ୍ଲେଖ କରିଥିଲେ ଯେ, ପତ୍ନୀଙ୍କ କ୍ରୁର ବ୍ୟବହାର ନେଇ ମୁଁ ଅତିଷ୍ଠ । ତାଙ୍କ ବ୍ୟବହାର ମୋତେ ଦୁଃଖିତ କରୁଛି । ଶୁକ୍ରବାରର ଏହି ଘଟଣାକୁ ନେଇ ରାବ୍ରି ଦେବୀ ଓ ରାଜଦ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନଥିଲା ବେଳେ ଐଶର୍ଯ୍ୟା ମଧ୍ୟ ସୂଚନା ଗଣମାଧ୍ୟମକୁ ଦେଇନାହାନ୍ତି

Tags: