ସଂସଦୀୟ କମିଟିରେ ଓଡିଆ ସାଂସଦଙ୍କ ଦବଦବା

Spread the love

ଓଡ଼ିଶାର ସାଂସଦମାନଙ୍କୁ ବିଭିନ୍ନ ସଂସଦୀୟ କମିଟିରେ ସ୍ଥାନ ମିଳିଥିବା ଜଣାଯାଇଛି । ତାହା ଅନୁଯାୟୀ ଜୟନ୍ତ ସିହ୍ନାଙ୍କ ନେତୃତ୍ୱାଧୀନ ଫାଇନାନ୍ସ କମିଟିରେ ସ୍ଥାନ ପାଇଲେ ସାଂସଦ ପିନାକୀ ମିଶ୍ର ଓ ଅମର ପଟ୍ଟନାୟକ । ତେବେ ଏହି ସଂସଦୀୟ କମିଟିରେ ରାଜ୍ୟର ସମସ୍ତ ସାଂସଦଙ୍କୁ ନିଯୁକ୍ତି ଦିଆଯାଇଛି ।

ବାଣିଜ୍ୟ କମିଟିରେ ସଦସ୍ୟ ଭାବେ ନିଯୁକ୍ତି ପାଇଲେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ । ସେହିଭଳି ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରତିରକ୍ଷା କମିଟିରେ ସ୍ଥାନ ପାଇଛନ୍ତି ଦେବଗଡ ସାଂସଦ ନୀତିଶ ଗଙ୍ଗଦେବ ଓ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ । ବୈଦେଶିକ ବ୍ୟାପାର କମିଟିରେ ସ୍ଥାନ ପାଇଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ଗୃହ ବିଭାଗ କମିଟିରେ ସଦସ୍ୟ ଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀଙ୍କୁ ବି ନିଯୁକ୍ତି ମିଳିଛି । ସେହିଭଳି ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି କମିଟିର ସଦସ୍ୟ ଭାବେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଓ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମିଳିଛି ନୂଆ ଦାୟିତ୍ୱ । ମାନବ ସମ୍ବଳ ବିକାଶ କମିଟିରେ ସଦସ୍ୟ ଭାବେ କେନ୍ଦୁଝର ସାଂସଦ ଚନ୍ଦ୍ରାଣି ମୁର୍ମୁ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସାମିଲ ହୋଇଛନ୍ତି । ସେହିପରି ରେଲୱେ କମିଟିରେ ଅନୁଭବ ମହାନ୍ତି ଓ ସଙ୍ଗୀତା କୁମାରୀ ସିଂହଦେଓ ସ୍ଥାନ ପାଇଥିବା ବେଳେ ସହରାଞ୍ଚଳ ବିକାଶ କମିଟିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସଂସଦୀୟ ଜଳସମ୍ପଦ କମିଟିରେ ନରେନ୍ଦ୍ର କୁମାର ସ୍ୱାଇଁଙ୍କୁ ସ୍ଥାନ ମିଳିଛି ।

Tags: