୫ବର୍ଷ ଧରି ମୁଣ୍ଡରେ ଥିଲା ଶିଙ୍ଗ

Spread the love

କାହାଣୀରେ ଗୋଟିଏ ଶିଙ୍ଘ ଥିବା ମଣିଷ କଥା ଆପଣମାନେ ଶୁଣିଥିବେ । ମାତ୍ର ଏହାର କୌଣସି ସତ୍ୟତା ନଥିବା ବୈଜ୍ଞାନିକମାନେ ଦାବି କରିଆସିଛନ୍ତି । କିନ୍ତୁ କାହାଣୀରେ ନୁହେଁ ବରଂ ଏଭଳି ଏକ ସତ୍ୟ  ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ସାଗର ଜିଲ୍ଲାର ରେହଲୀ ବ୍ଲକ୍‍ ଅନ୍ତର୍ଗତ ପଟ୍‍ନା ବୁଜୁର୍ଗ ଗ୍ରାମରେ । ଏଠାରେ ବାସ କରୁଥିବା ଶ୍ୟାମଲାଲ ଯାଧବ(୭୪)ଙ୍କର ମୁଣ୍ଡରେ ଏକ ୪ ଇଞ୍ଚ୍‍ ଲମ୍ବର ଶିଙ୍ଗ ଉଠିଥିଲା । ଯାହାକୁ ନେଇ ସେ ବହୁତ ଚିନ୍ତିତ ରହୁଥିଲେ । ଶ୍ୟାମ୍‍ଲାଲ କହନ୍ତି, ମୁଣ୍ଡରେ ଶକ୍ତ ଆଘାତ ଲାଗିବା ପରଠାରୁ ସେଠାରେ ଧିରେ ଧିରେ ଶିଙ୍ଗ ଉଠିବା ଆରମ୍ଭ । ବହୁ ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ପାଇନଥିଲେ ଶ୍ୟାମ୍‍ଲାଲ । ସ୍ଥାନୀୟ ବାରିକ ପାଖକୁ ଯାଇ ବ୍ଲେଡ୍‍ରେ ଶିଙ୍ଗକୁ କାଟୁଥିଲେ ମଧ୍ୟ ତାହା ବାରମ୍ବାର ବଢ଼ି ଚାଲିଥିଲା । ଦୀର୍ଘ ୫ ବର୍ଷ ଧରି ଭୋପାଳ ଏବଂ ନାଗପୁର ସମେତ ବହୁ ଡାକ୍ତରଖାନାରେ ଦେଖାଇ ସବୁଠି ନିରାଶ ହେବାକୁ ପଡ଼ିଥିଲା ତାଙ୍କୁ । ପରିଶେଷରେ ସାଗରରେ ଥିବା ଏକ ପ୍ରାଇଭେଟ୍‍ ଡାକ୍ତରଖାନାରେ ପହଞ୍ôଚ ଡାକ୍ତର ବିଶାଲ ଗଜଭିୟେଙ୍କୁ ନିଜର ସମସ୍ୟା ବିଷୟରେ ଜଣାଇଥିଲେ ଶ୍ୟାମ୍‍ଲାଲ ।

ଯେଉଁଠି ଡାକ୍ତର ତାଙ୍କର ଅପରେସନ୍‍ କରି ଉକ୍ତ ଶିଙ୍ଗକୁ ବାହାର କରିଥିଲେ । ଡାକ୍ତରଙ୍କ କହିବମୁତାବକ, ମେଡିକାଲ ସାଇନ୍ସରେ ଏହି ମାମଲାଏକ ଦୁର୍ଲଭ ଘଟଣା । ଏହାକୁ ମେଡ଼ିକାଲ ସାଇନ୍ସରେ ସେବେସିୟସ୍‍ ହର୍ଣ୍ଣ କୁହାଯାଇଥାଏ । ମସ୍ତିଷ୍କରେ କେଶ ବୃଦ୍ଧି ଲାଗି ପ ରାକୃତିକ ଭାବେ ଉତ୍ପନ୍ନ ହେଉଥିବା ସେବେସିୟସଗ୍ଲାଣ୍ଡ(ଗ୍ରନ୍ଥି)ରୁ ଏକ ପ୍ରକାରର ତରଳ ପଦାର୍ଥ ନିର୍ଗତ ହୋଇଥାଏ, ଯାହା କେଶରେ ଚମକ୍‍ଆଣିବାରେ ସାହାର୍ଯ୍ୟ କରେ । କିନ୍ତୁ ଶ୍ୟାମ୍‍ଲାଲଙ୍କ କ୍ଷେତ୍ରରେଏହି ଗ୍ରନ୍ଥି ବନ୍ଦ ହେବା ଯୋଗୁଁ ଉକ୍ତ ପଦାର୍ଥ ଜମି ରହି ଶିଙ୍ଗ ଆକାରରେ ମୁଣ୍ଡରେ ବାହାରିଥବା ଡାକ୍ତର କହିଛନ୍ତି

Tags: