ସଲମାନ ମୋତେ ଘର ଗିପ୍ଟ କରିନାହାନ୍ତି- ରାନୁ ମଣ୍ଡଳ

Spread the News

ଷ୍ଟେନରୁ ବଲିଉଡ ପହଞ୍ଚିଥିବା ରାନୁ ମଣ୍ଡଳ ଏବେ ସୋସିଆଲ ମିଡିଆରେ ଛାୟି ଯାଇଛନ୍ତି । ଏବେ ସେ କୌଣସି ସେଲିବ୍ରିଟି ଠୁ ମଧ୍ୟ କମ୍ ନୁହନ୍ତି । ପ୍ରତିଦିନ ତାଙ୍କୁନେଇ ନୂଆନୂଆ ଖବର ଆସୁଛି। ସେ ଯେବେଠାରୁ ସଂଗୀତ ନିର୍ଦ୍ଦେଶକ ହିମେଶ ରେସମିୟାଙ୍କ ସହ ଗୀତ  ଗାଇଲେ ତାଙ୍କ ଭାଗ୍ୟର ପରିବର୍ତ୍ତନ  ହୋଇଯାଇଥିଲା । ତେବେ କିଛିଦିନ ପୂର୍ବରୁ ଶୁଣାଯାଉଥିଲା ଯେ ବଲିଉଡ ଭାଇଜାନ ସଲମାନ ଖାନ୍ 55ଲକ୍ଷର ଘର ଦେଇଛନ୍ତି ରାନୁ ମଣ୍ଡଳଙ୍କୁ । ଏହି ଖବର ପ୍ରସାରିତ ହେବାପରେ ଲୋକେ ଏହାକୁ ସତ ମାନିନେଇଥିଲେ । କାରଣ ଏହା ଉପରେ ରାନୁ କୌଣସି ପ୍ରତିକ୍ରିୟା ଦେଇନଥିଲେ ।

 ତାଙ୍କ  ମ୍ୟାନେଜର ଅତିନ୍ଦ୍ର ଚକ୍ରବର୍ତ୍ତୀ ଏନେଇ ମତ ରଖିବା ପରେ  ରାନୁ ନିଜେ କହିଛନ୍ତି ସଲମାନ ତାଙ୍କୁ କୌଣସି ଘର ଦେଇନାହାଁନ୍ତି । ଏନଡିଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ଏହି କଥାକୁ ସ୍ପଷ୍ଟ କରିଛନ୍ତି । ଆହୁରି କହିଛନ୍ତି ସେ କାହାଠାରୁ ସାହାଯ୍ୟ ନେବେ ନାହିଁ । ନା କାହାଠାରୁ ସାହାଯ୍ୟ ନେଇଛନ୍ତି । ସଲମାନ ଦେଇଥିବା ଘର କଥା ସେ ଶୁଣିଛନ୍ତି । କିନ୍ତୁ ବିଶ୍ୱାସ କରିନାହାନ୍ତି । ଯଦି ସଲମାନ ନିଜେ ଆସି କହିବେ ତେବେ ସେ ତାହ୍କ କଥାକୁ  ବିଶ୍ୱାସ କରିବେ ।