latest

ଶିକ୍ଷାମନ୍ତ୍ରୀଙ୍କ ଅଚାନକ ଗସ୍ତ, 10ଟା 40 ବେଳକୁ ଆସିନାହାନ୍ତି ସାର୍

Spread the love

ଶିକ୍ଷାପ୍ରତି ରାଜ୍ୟସରକାର ପ୍ରାଧାନ୍ୟ ଦେଉଥୁିବା ବେଳେ ତାର ପ୍ରକୃତ ତଥ୍ୟ ଭିନ୍ନ । ସମୟ ଜ୍ଞାନ ଭୁଲିଯାଉଛନ୍ତି ଶିକ୍ଷକ । ସମୟ ସକାଳ 10ଟା 40 ମିନିଟ୍‌ ବେଳକୁ  ବାଲିଅନ୍ତା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଖାଲି ପଡିଥିଲା । କୌଣସି ଶିକ୍ଷକ ଆସିନଥିଲେ ।   ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ସ୍ଥିତି ପରଖିବାକୁ ଅଚାନକ ବାଲିପାଟଣା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଗସ୍ତ କରିଥିଲେ । ହେଲେ ଯେଉଁ ବାସ୍ତବ ଚିତ୍ର ଦେଖିବାକୁ ପାଇଲେ , ତାହାକୁ ସହଜେ ବିଶ୍ୱାସ କରି ପାରିଲେନି । 

ଆଜି ମନ୍ତ୍ରୀ ଦାସ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେତେବେଳକୁ କେବଳ 2ଜଣ କର୍ମଚାରୀଙ୍କୁ ଛାଡ଼ିଦେଲେ ଅଫିସରେ କୌଣସି ଅଧିକାରୀ ଉପସ୍ଥିତ ନ ଥିଲେ । ଅନୁପସ୍ଥିତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ସହ ଦିନକର ଦରମା କାଟ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । କାହିଁକି ନିର୍ଦ୍ଧାରିତ ସମୟରେ ଅଧିକାରୀ ଓ କର୍ମଚାରୀ ଅଫିସ ଆସୁନାହାନ୍ତି ସେନେଇ କାରଣ ଦର୍ଶାଅ ନୋଟିସ ହୋଇଛି । ଏହାପରେ ମନ୍ତ୍ରୀ ନୂଆପାଟଣା ୟୁପି ସ୍କୁଲ, ପ୍ରତାପ ଶାସନ ହାଇସ୍କୁଲ ଯାଇ ଶିକ୍ଷକଙ୍କ ଉପସ୍ଥାନ ଯାଞ୍ଚ କରିବା ସହ ଛାତ୍ରଛାତ୍ରୀଙ୍କ ସହ ପାଠପଢା ନେଇ ଆଲୋଚନା କରିଥିଲେ । ଏହି ପରିଦର୍ଶନ ବେଳେ ପ୍ରତାପ ଶାସନ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ କରିଛନ୍ତି ମନ୍ତ୍ରୀ ।

Tags: