latest

300 ଶଯ୍ୟା ବିଶିଷ୍ଟ ଆୟୁର୍ବେଦିକ ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Spread the love

କଟକ  ନରାଜଠାରେ ଥବା ଶ୍ରୀଶ୍ରୀ ୟୁନିଭର୍ସିଟି ପରିସରରେ ଆଜି 300 ଶଯ୍ୟା ବିଶିଷ୍ଟ ଆୟୁର୍ବେଦିକ ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।  ମୁଖ୍ୟମନ୍ତ୍ରୀଙ୍କ ସହ ଆଧ୍ୟାତ୍ମିକ ଗୁରୁ ରବି ଶଙ୍କର ଶିଳାନ୍ୟାସ କରିଛନ୍ତି।

ଏହି ଅବସରରେ ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଖୁବ ଶୀଘ୍ର ଢେଙ୍କାନାଳରେ ନୂଆ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା ହେବ। ଏବେ ରାଜ୍ୟରେ 5 ଟି ଆୟୁର୍ବେଦିକ ହସ୍ପିଟାଲ ଓ 800ଟି କ୍ଲିନିକ୍ କାମ କରୁଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ 5 ହଜାର ବର୍ଷ ପୁରୁଣା ଆୟୁର୍ବେଦର ଲୋକପ୍ରିୟତା ବଢୁଛି। ଏହି ରାଜ୍ୟରେ ସ୍ବାସ୍ଥ୍ୟ ପର୍ଯ୍ୟଟନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

Tags: