latest

ବିଧବା ମହିଳାଙ୍କୁ ହତ୍ୟା

Spread the love

ଅନୁଗୁଳ ଜିଲ୍ଲା  ସୋଲଡ଼ା ଗାଁରେ ଜଣେ ବିଧବା ମହିଳାଙ୍କୁ ହତ୍ୟା କରାଯାଇଛି। ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।   ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ସୋଲଡ଼ା ଗାଁରେ ଜଣେ ବିଧବା ମହିଳାଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ଗୁବେଇ କୁଙ୍କାଲ ଓ ତାଙ୍କ ବୟସ 36 । ଗତକାଲି ସନ୍ଧ୍ୟାରେ କୈାଣସି ଏକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେହି ଗାଁର ଜଣେ 45ବର୍ଷୀୟ ବ୍ୟକ୍ତି ସୁକୁଦାର ସୋରେନ ବିଧବା ମହିଳା ଗୁବେଇ କୁଙ୍କାଲଙ୍କୁ ଟାଙ୍କିଆରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହି ଗୁବେଇ କୁଙ୍କାଲଙ୍କ ମୃତ୍ୟୁ ଘଟିଛି । ଏହାପରେ ଅଭିଯୁକ୍ତ ସୁକୁଦାର ମହିଳାଙ୍କ ମୃତଦେହକୁ ଗାତ ଖୋଳି ପୋତିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା । ପରେ ସେଠାରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ । 

 ମହିଳାଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏହା ପରେ ସ୍ଥାନୀୟ କିଛି ଯୁବକଙ୍କ ସହାୟତାରେ ପୋଲିସ ହତ୍ୟାକାରୀ ସୁକୁଦାରକୁ ପାଖ ଜଙ୍ଗଲରୁ ଗିରଫ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ମଧ୍ୟ ଜବତ କରିଛି ପୋଲିସ । ଏକ  ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Tags: ,