latest

ଓଡିଶାରେ ଇସ୍ରୋ ଅଧ୍ୟକ୍ଷ, ଆଇଆଇଟି 8ମ ସଂସ୍କରଣରେ ଯୋଗଦେବେ

Spread the love

ଭୁବନେଶ୍ୱରରେ ପହଞ୍ଚିଛନ୍ତି ଇସ୍ରୋ ଅଧ୍ୟକ୍ଷ କେ ଶିବନ। ଖୋର୍ଦ୍ଧା ଅରୁଗୁଳ ସ୍ଥିତ ଆଇଆଇଟିର 8ମ ସଂସ୍କରଣରେ ଯୋଗଦେବେ। ଏଠାରେ ପହଞ୍ଚି ଚନ୍ଦ୍ରାୟନ-2 ରେ 98 ପ୍ରତିଶତ ସଫଳତା ବିଷୟରେ କହିଛନ୍ତି। ସେ କହିଛନ୍ତି  ଲ୍ୟାଣ୍ଡର ବିକ୍ରମର କେଉଁଠି ତ୍ରୁଟି ରହିଲା ତାହାର  ଅନୁସନ୍ଧାନ ଚାଲିଛି। ବିକ୍ରମ ସମ୍ପର୍କରେ ତଥ୍ୟ ହସ୍ତଗତ ହେବାପରେ ପରବର୍ତ୍ତୀ ପଦକ୍ଷେପ ନେବୁ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଆଜି ଇସ୍ରୋ ମୁଖ୍ୟ କେ. ଶିବନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ଅର୍ବିଟର ସମ୍ପର୍କରେ ବହୁତ କିଛି ତଥ୍ୟ ମିଳିବ ବୋଲି ଆଶା ରଖିଛୁ। ଆସନ୍ତାବର୍ଷ ଶେଷ ବେଳକୁ ଗଗନାୟନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଗଗନାୟନର ସଫଳତା ନେଇ ଆମେ ଏବେଠୁ ଗୁରୁତ୍ୱ ଦେଉଛୁ।” ଏହା ସହ ସେ ଇସ୍ରୋ ବୈଜ୍ଞାନିକଙ୍କ କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଛନ୍ତି। 

Tags: ,