latest

ନର୍ସ ନିହାରିକାକୁ କଟକରେ ହତ୍ୟା କରାଯାଇଛି- ପୁଲିସ ଡିଜି

Spread the love

 କଟକରେ ନିହାରିକାଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ପୁଲିସ ଡିଜି । ହତ୍ୟା ପରେ ଅଖାରେ ପୁରାଇ ମୃତଦେହ ବାଇକରେ ନେଲା ବେଳେ ସିସିଟିଭିରେ ଦୃଶ୍ୟ କଏଦ ହୋଇଛି । ପୁଲିସ ହାତରେ ସିସିଟିଭି ଫୁଟେଜ ଲାଗିଥିବା ଡିଜି ବିକେ ଶର୍ମା କହିଛନ୍ତି । ଗତକାଲି ନିହାରିକାର ପୁରୁଷ ବନ୍ଧୁ ଥାନାରେ ଆତ୍ମସମର୍ପଣ କରିଥିଲା । ନିହାରିକା ହତ୍ୟାକାଣ୍ଡ ନେଇ ରାଜାଙ୍କୁ ଗୁପ୍ତ ସ୍ଥାନରେ ପଚରାଉଚରା କରୁଥିଲା । ପ୍ରକାଶ ଥାଉକି, ଗତ 8 ତାରିଖରୁ ନିହାରିକା ନିଖୋଜ ଥିଲା । ଏନେଇ ପରିବାର ଲୋକ କଟକ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଗତ 17 ତାରିଖରେ ଜଗତସିଂହପୁର ବିଲୁଆଖାଇ ନଦୀ ପଠାରୁ ମିଳିଥିଲା ନିହାରିକାଙ୍କ ମୃତଦେହ । ପୁଲିସ ହତ୍ୟାକାଣ୍ଡ ନେଇ ଛାନଭିନ କରିବା ପରେ ରାଜାର ହତ୍ୟା ପଛରେ ହାତ ଥିବା ସନ୍ଦେହ କରି ଖୋଳତାଡ କରିଥିଲେ । ରାଜା ଫେରାର ଥିବା ବେଳେ ତାଙ୍କ ବାପା, ଭାଇ ଓ 4 ଜଣଙ୍କୁ ଅଟକ ରଖିଥିଲା ପୁଲିସ ।

ଏହା ପରେ ଗତକାଲି ବିରିଡି ଥାନାରେ ପହଚିଂଥିଲା ରାଜା । ତେବେ ସିସିଟିଭିରେ ଯେଉଁ ବ୍ୟକ୍ତି ଜଣକ କ୍ୟାମେରାରେ କଏଦ ହୋଇଥିଲେ ସେ ରାଜା ନା ଆଉ କିଏ ତାକୁ ନେଇ ବର୍ତ୍ତମାନ ସସପେନ୍ସ ଜାରି ରହିଛି । ରାଜା ହିଁ ନିରାହୀକାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ପୁଲିସ୍ ପକ୍ଷରୁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ନର୍ସ ନିହାରିକାଙ୍କ ହତ୍ୟା ପଛରେ ରାଜାର ହାତ ଅଛି ନା ଏଥିରେ ଅନ୍ୟ କିଏ ସଂପୃକ୍ତ ଅଛନ୍ତି । ହତ୍ୟାକାଣ୍ଡ ପଛର କାରଣ କଣ ହୋଇପାରେ । ଏମିତି କିଛି ପ୍ରଶ୍ନର ଉତର ଖୋଜାଚାଲିଛି । ଅପରାହ୍ନରେ ଏନେଇ ଜଗତସିଂହପୁର ଏସପି ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇପାରନ୍ତି ବୋଲି ଜଣାପଡିଛି ।

Tags: