latest

କନ୍ଦାଇଲାଣି ପିଆଜ ଦର, 50 ଟପିଲା

Spread the love

ପରିବା ବଜାରରେ ଖାଉଟିଙ୍କୁ କନ୍ଦାଉଛି ପିଆଜ।  କିଲୋ ପିଛା ଏବେ 50 ଟଙ୍କାରୁ ଅଧିକ ହେଲାଣି । ପିଆଜ ଦାମ୍‌କୁ ନିୟନ୍ତ୍ରଣ କରିବା ଲାଗି ସରକାରଙ୍କ ପକ୍ଷରୁ ଜୁନ୍‌ ମାସଠାରୁ ପ୍ରୟାସ କରାଯାଉଥିଲେ ମଧ୍ୟ ଏହା ସମ୍ଭବ ହୋଇପାରି ନାହିଁ।  କିଲୋ ପିଛା ଦାମ୍‌ ଗତ 4 ବର୍ଷର ରେକର୍ଡ ଭାଙ୍ଗିଥିବା କୁହାଯାଉଛି। ଦିଲ୍ଲୀର ଆଜାଦ୍‌ପୁର ମଣ୍ଡିରେ ପିଆଜ ଦାମ୍‌ ପୂର୍ବରୁ କିଲୋପିଛା 45 ଟଙ୍କା ଥିବାବେଳେ ଏବେ ଏଥିରେ 5 ଟଙ୍କା ବୃଦ୍ଧି ପାଇଛି। ରୋଷେଇ ଘରେ ପିଆଜ ଏକ ଜରୁରୀ ଆବଶ୍ୟକତା  ହୋଇଥିବା ବେଳେ ଦର ଏବେ ଖାଉଟିଙ୍କୁ ଚିନ୍ତାରେ ପକାଇଛି ।

ଏସିଆରେ ବୃହତ୍‌ ମଣ୍ଡି ମହାରାଷ୍ଟ୍ରର ଲାସଲଗାଓ୍ବଁରେ ମଧ୍ୟ ପିଆଜର ଦାମ୍‌ ଶନିବାର 50 ଟଙ୍କା ହୋଇଛି। 2015 ପରେ ପିଆଜ ଦାମ୍‌ରେ ଏଭଳି ବୃଦ୍ଧି ଘଟିଥିବା କୁହାଯାଉଛି। ଦକ୍ଷିଣ ଭାରତ ସମେତ ପିଆଜ ଚାଷ ହେଉଥିବା ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁ ଚାଷ କାର୍ଯ୍ୟରେ ବାଧା ଉପୁଜି ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏହାଦ୍ୱାରା ରପ୍ତାନୀ କମିବା ସହିତ ଦେଶରେ ପିଆଜ ଉପଲବ୍ଧରେ ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି କୁହାଯାଉଥିଲା। ତେବେ ମଧ୍ୟ ଦେଶରେ ପିଆଜ ଦାମ୍‌ରେ ବୃଦ୍ଧି ଘଟିଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Tags: ,