latest

ବାଣ କାରଖାନାରେ ବିସ୍ଫୋରଣ ଘଟି 2 ମୃତ, 6 ଆହତ

Spread the love

ଉତ୍ତରପ୍ରଦେଶର ଏଟା ଜିଲ୍ଲାରେ ଏକ ଘରେ ଚାଲୁଥିବା ବାଣ କାରଖାନାରେ ବିସ୍ଫୋରଣ ଘଟି 2ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 6 ଜଣ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି । ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ ଘରଟି ସମ୍ପୂର୍ଣ୍ଣ ଉଡି ଯାଇଥିଲା । ଏହାସହ ମାଜିଷ୍ଟେଟ ଓ ଡାକ୍ତରୀ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ ବାସୀଙ୍କ କହିବା  ମୁତାବକ, ଉକ୍ତ ଘରେ ବହୁ ଦିନରୁ ବାଣ କାରଖାନା ଚାଲିଥିଲା । ତେବେ ଆଜି କୌଣସି କାରଣ ବସତଃ ସେଠାରେ ବିସ୍ଫୋରଣ ଘଟିଥିଲା । ଆହତ ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଛି ।

Tags: