latest

2021ରେ ମହାକାଶକୁ ମଣିଷ ପଠାଇବ ଭାରତ- କେ ଶିବନ

Spread the love

2021 ମସିହାରେ ଭାରତ ମହାକଶକୁ ମହାକାଶଚାରୀ ପଠାଇବ ବୋଲି ଓଡିଶା ଗସ୍ତରେ ଆସିଥିବା ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଛନ୍ତି। 2020 ଡିସେମ୍ବରରେ ପ୍ରଥମ ଅନ୍‌ ମ୍ୟାନଡ୍‌ ମିଶନ ଏବଂ 2021 ଡିସେମ୍ବରରେ ପ୍ରଥମ ମ୍ୟାନ୍‌ଡ ମିଶନ କରି ଇତିହାସ ରଚିବ ଭାରତ । ଆଇଆଇଟି ଭୁବନେଶ୍ୱରର ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇ ଏହା କହିଛନ୍ତି  କେ. ଶିବନ ।

ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ ବେଳେ ମିଶନ ଗଗନାୟନ ସମ୍ପର୍କରେ ସୂଚନା ଦେଇ ସେ ଏହା କହିଛନ୍ତି। ଏଥିସହ କେ. ଶିବନ ଆହୁରି କହିଛନ୍ତି ଯେ, 2021 ଡିସେମ୍ବରରେ ଭାରତୀୟ ମହାକାଶଚାରୀ ମହାକାଶ ଯିବେ। କେବଳ ସେତିକି ନୁହେଁ ଭୁବନେଶ୍ୱର ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେବା ଅବସରରେ ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରିବାକୁ ଯାଇ ସେ କହିଛନ୍ତି ଯେ, ବୈଷୟିକ ଜ୍ଞାନକୌଶଳ ଦ୍ୱାରା ଜୀବନ ଧାରଣର ମାନ ବଢ଼ିପାରିବ । ବୈଷୟିକ ଜ୍ଞାନକୌଶଳ ବୃଦ୍ଧିରେ ଆଇଆଇଟି ପ୍ରମୁଖ ଭୂମିକା ନେଇଛି।

Tags: