latest

ଯୁବତୀଙ୍କୁ ଗଣଦୁଷ୍କର୍ମ, ଭିଡିଓ ହେଲା ଭାଇରାଲ

Spread the love

କଳାହାଣ୍ଡିରେ ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଛୁରି ଦେଖାଇ ଗଣଦୁଷ୍କର୍ମ କରାଯାଇଥିବା ଭିଡିଓ  ଭାଇରାଲ ହୋଇଛି। ଏହାପରେ ଯୁବତୀ ଜଣକ ଥାନାରେ ଅଭିଯୋଗଲ କରିଛନ୍ତି । ଗତ 14ତାରିଖରେ ଏହି ଘଟଣା ଘଟିଥିଲା। ଜୁନାଗଡ଼ରୁ ଭବାନୀପାଟଣା ଯାଇଥିବା 26 ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଜାରିଙ୍ଗ ଜଙ୍ଗଲରେ ଏହି ଭିଡିଓ ସୁଟ୍‌ ହୋଇଥିବା ଅନୁମାନ କରାଯାଉଛି । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ସେ ଜଣେ ଏଏନ୍ଏମ୍ ଛାତ୍ରୀ। ଘଟଣା ଦିନ ସେ ଭବାନୀପାଟଣାରୁ ନିଜ ଘରକୁ ଜଣଙ୍କ ସହ ଫେରୁଥିଲେ। ମାତ୍ର ଜାରିଙ୍ଗ ଜଙ୍ଗଲ ନିକଟରେ 5ରୁ 6 ଜଣ ଯୁବକ ତାଙ୍କୁ ଛୁରି ଦେଖାଇ ଜଙ୍ଗଲ ଭିତରକୁ ନେଇ ଯାଇଥିଲେ। ଏହାପରେ ସେମାନେ ଗଣଦୁଷ୍କର୍ମ କରିଥିବା ଯୁବତୀଜଣକ ଅଭିଯୋଗ କରିଛନ୍ତି। ଭିଡିଓରେ ଦୁର୍ବୃତ୍ତମାନେ ନିଜ ମୁହଁ ଘୋଡ଼ାଇଥିବାରୁ ସେମାନଙ୍କ ପରିଚୟ ମିଳିବାରେ କଷ୍ଟ ହେଉଛି।

 
Tags: