latest

କାର୍‌ ପାଇଁ ସ୍ତ୍ରୀ, କୁନିଝିଅକୁ ହତ୍ୟା କରିଥିଲେ ସକ୍ରଜିତ

Spread the love

ମାତ୍ର ୨ ବର୍ଷ ସାତ ମାସ ତଳେ ହୋଇଥିଲା ବିବାହ। ପାଖରେ ଦେଢ଼ ବର୍ଷର କୁନି ଝିଅ। ସ୍ବାମୀ ଉଚ୍ଚ ଦରମାପ୍ରାପ୍ତ ସରକାରୀ କର୍ମଚାରୀ ହୋଇଥିବାବେଳେ ପତ୍ନୀ ମଧ୍ୟ ଉଚ୍ଚଶିକ୍ଷିତା। ତେବେ ଅଧିକ ଯୌତୁକ ଦାବି କାରଣରୁ ଉଭୟଙ୍କ ଭିତରେ ବିଭିନ୍ନ ସମୟରେ ହେଲା ମତାନ୍ତର ହେଉଥିଲା। ମତାନ୍ତରରୁ ମନାନ୍ତର ଓ କଳହ। ସ୍ବାମୀର ଦାବି ଥିଲା ଏକ କାର୍‌। ଶ୍ବଶୁର ଘର ପରିବାର ଭବିଷ୍ୟତରେ କାର୍‌ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ବିଳମ୍ବ ହେବାରୁ ସ୍ତ୍ରୀ ସହ ସ୍ବାମୀର କଳହ ସୀମା ଟପିଥିଲା। ଶେଷରେ ସ୍ତ୍ରୀକୁ ସବୁଦିନ ପାଇଁ ଦୂରେଇ ଦେବାଲାଗି ସ୍ବାମୀ କରିଥିଲା ଯୋଜନା। ଆଉ ଯୋଜନା ମୁତାବକ ପ୍ରଥମେ ସ୍ତ୍ରୀର ମୁଣ୍ଡକୁ ତାୱାରେ ପିଟି, ପରେ ଛୁରିରେ ବେକ କାଟି ଦେଇଥିଲା ସ୍ବାମୀ। ସ୍ତ୍ରୀକୁ ନୃଶଂସ ହତ୍ୟାପରେ ମଧ୍ୟ ସ୍ବାମୀ ମୁଣ୍ଡ ଭିତରର ରାକ୍ଷସ ସନ୍ତୁଷ୍ଟ ହୋଇ ନ ଥିଲା। ତା’ପରେ ସେ ଦୁନିଆ ବିଷୟରେ କିଛି ଜାଣିନଥିବା ଦେଢ଼ବର୍ଷର କଅଁଳ ଝିଅକୁ ପାଣି ଟବ୍‌ରେ ବୁଡ଼ାଇ ହତ୍ୟା କରିଥିଲା। ତେବେ ସ୍ତ୍ରୀ ଓ ଝିଅକୁ ହତ୍ୟା କଲାପରେ ସମ୍ଭବତଃ ପଶ୍ଚାତାପ ଆସିଥିଲା ସ୍ବାମୀ ମନରେ। ଏଣୁ ଟ୍ରେନ୍‌ ଆଗକୁ ଡେଇଁ ନିଜକୁ ହତ୍ୟା କରିଥିଲା।

ଏହା କୌଣସି ଫିଲ୍ମର ହିଂସାତ୍ମକ ଦୃଶ୍ୟ ନୁହେଁ, ରାଉରକେଲାର ସକ୍ରଜିତଙ୍କ ଡବଲ ମର୍ଡର ପରେ ଆତ୍ମହତ୍ୟା ଘଟଣା ପଛର ସତ। ଗତକାଲି ରାତିରେ ବେଦବ୍ୟାସରେ ସକ୍ରଜିତଙ୍କ ଶବ ସତ୍କାର କରାଯାଇଥିବାବେଳେ ଆଜି ପୂର୍ବାହ୍ନରେ ପୁରୀ ସ୍ବର୍ଗଦ୍ବାରରେ ପତ୍ନୀ ଓ ଝିଅଙ୍କ ଶବ ସତ୍କାର କରାଯାଇଛି।

Tags: