30 ରେ ନାମାଙ୍କନ ଦାଖଲ କରିବ ବିଜେଡି

Spread the News

 ବିଜେପୁର ଉପ ନିର୍ବାଚନ ଅକ୍ଟୋବର 21ରେ ମତଦାନ ହେବ । ଅକ୍ଟୋବର 24 ତାରିଖରେ ଭୋଟ ଗଣତି ହେବ ।  ଆଜି ବିଜେଡି ପକ୍ଷରୁ ବିଜେପୁର ଉପନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇ ସେଥିରେ ଆସନ୍ତା 30ତାରିଖରେ ନାମାଙ୍କନ ଦାଖଲ କରିବ ବୋଲି ନିଷ୍ପତି ହୋଇଛି । ଏନେଇ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । 

ବିଜେପୁର ପାଇଁ ବିଜେଡି ଅଙ୍କକଷା ଆରମ୍ଭ କରିଛି । ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ସେଥିରେ ବିଜେପୁର ରଣନୀତି ସମ୍ପର୍କରେ ଆଲୋଚନା ଓ ପ୍ରାର୍ଥୀ ଘୋଷଣା ନେଇ ମଧ୍ୟ ଆଲୋଚନା କରାଯାଇଛି । ବିଜେପୁର ପାଇଁ ବିଜେଡି ଆସନ୍ତା 30ତାରିଖରେ ପ୍ରାର୍ଥୀ ନାମାଙ୍କନ ଭରିବେ । ବିଜେପୁର ଉପନିର୍ବାଚନ ପାଇଁ ବିଭିନ୍ନ ନେତା ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ବୈଠକ ଶେଷ ହେବା ପରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି । ଏହି ବୈଠକରେ ସମନ୍ୱୟ କମିଟି ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ଅରୁଣ ସାହୁ ଓ ପ୍ରଣବ ଦାସ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଗତ 2019 ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ସେ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ସନତ ଗରତିଆଙ୍କୁ 53ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । କିନ୍ତୁ ନବୀନ ହିଞ୍ଜିଳି ଆସନରୁ ମଧ୍ୟ ବିଧାୟକ ଥିଲେ । ତେଣୁ ତାଙ୍କୁ ବିଜେପୁର ଆସନ ଛାଡିବାକୁ ପଡିଥିଲା ।

Tags: