ଭଦ୍ରକରୁ ବିରଳ ପ୍ରଜାତିର ମାଛ ଉଦ୍ଧାର, 7 ଲକ୍ଷରେ ବିକ୍ରି

Spread the News

ଭଦ୍ରକ ଜିଲ୍ଲା ଧାମରାରୁ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର କରାଯାଇଛି। ଯାହାର ନାଁ ରହିଛି ‘ଡ୍ରୋନ୍ ସାଗର’ । ଏହା 7 ଲକ୍ଷ 49ହଜାର ଟଙ୍କାରେ ବିକ୍ରି ହୋଇଛି । ଚେନ୍ନାଇର ଜଣେ ବ୍ୟବସାୟୀ ଏହି ମାଛକୁ କିଣିଛନ୍ତି ।

ଗତକାଲି ରାତିରେ ଚାନ୍ଦବାଲି ଅଞ୍ଚଳର କିଛି ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ମାଛ ମାରିବାକୁ ଯାଇଥିଲେ । ଏହି ସମୟରେ ବିରଳ ପ୍ରଜାତିର ମାଛ ଡ୍ରୋନ୍ ସାଗର ଜାଲରେ ପଡ଼ିଥିଲା । ଯାହାର ଓଜନ ରହିଛି 1 କୁଇଣ୍ଟାଲରୁ ଅଧିକ  । ଏହାକୁ କିଣିବାକୁ ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଶେଷରେ ଚେନ୍ନାଇର ଜଣେ ବ୍ୟବସାୟୀକୁ ଏହି ମାଛକୁ 7 ଲକ୍ଷ 49 ହଜାର ଟଙ୍କାରେ କିଣିଛନ୍ତି । ଏହି ମାଛ କିଲୋ ପ୍ରତି 7ହଜାର ବିକ୍ରି ହୋଇଛି । ଡ୍ରୋନ୍‌ ସାଗର ମାଛ ଔଷଧ ତିଆରି ପାଇଁ କାମରେ ଆସିଥାଏ ବୋଲି ଜଣାପଡ଼ିଛି । 

Tags: