ଫିଲ୍ମ ସୁଟିଂ ସରିବା ପରେ ହିରୋଇନଙ୍କ କପଡା କ’ଣ ହୁଏ…

Spread the News

ବଲିଉଡ ଫିଲ୍ମ ହେଉ କିମ୍ବା ଓଲିଉଡ ହିରୋଇନ ମାନେ ବିଭିନ୍ନ ପ୍ରକାର କପଡା ବ୍ୟବହାର କରନ୍ତି। ଅଲଗା ଅଲଗା ଡ୍ୟାନ୍ସରେ କିମ୍ବା ଗୀତରେ ରଙ୍ଗବେରଙ୍ଗର କପଡା ପିନ୍ଧନ୍ତି । ତେବେ ଏହି କପଡା ସବୁ କଣ ହୁଏ କେବେ ଭାବିଛନ୍ତି । ତେବେ ଆସନ୍ତୁ ଜାଣିବା ଏହିସବୁ କପଡା କଣ ହୁଏ।  ଆକ୍ସନ ରିପ୍ଲେ ଫିଲ୍ମରେ ଐଶର୍ଯ୍ୟା ରାୟ 125 ଓ କରିନା କପରୁ 130 ପ୍ରକାର ଡ୍ରେସ ପିନ୍ଧିଥିଲେ । କଷ୍ଟ୍ୟୁମ ହିସାବରେ ହିରୋଇନ ମାନେ ଡ୍ରେସ ପିନ୍ଧନ୍ତି। ଏହି ଡ୍ରେସ ଗୁଡିକ ଅନେକ ଥର ବ୍ୟବହାର ହୋଇଥାଏ।  ଥରେ ବ୍ୟବହାର ହେବାପରେ ସେଗୁଡିକୁ ପୁଣି ପ୍ରଯୋଜକ ସଂସ୍ଥାକୁ ଫେରାଇ ଦିଆଯାଏ । ପୁଣି ସୁଟିଂ ସମୟରେ ମ୍ୟାଚିଂ କରି କଳାକାର ମାନଙ୍କୁ ଦିଆଯାଏ ।

ଏହି ପୁରୁଣା ଡ୍ରେସ ଗୁଡିକ ଜୁନିୟର କଳାକାର ମାନେ ଅଧିକାଂଶ ସମୟରେ ବ୍ୟବହାର କରନ୍ତି । କଷ୍ଟ୍ୟୁମ ଡିଜାଇନର ଆଇଶା ଖତ୍ରା  ଏକ ସାକ୍ଷାତକାରରେ କହିଛନ୍ତି ବଣ୍ଟି ଏବଂ ବବଲିରେ ଐଶର୍ଯ୍ୟା ରାୟ ବଚ୍ଚନ ଯେଉଁ ଡ୍ରେସ ପିନ୍ଧିଥିଲେ ସେଗୁଡିକୁ ପୁଣି 5ବର୍ଷ ପରେ ବ୍ୟାଣ୍ଡ ବାଜା ବାରାତରେ ପିନ୍ଧିଥିଲେ । କିନ୍ତୁ ଏହାର ଚୁଲି ଓ ଘାଗରା କଷ୍ଟ୍ୟୁମ ହିସାବରେ ବଦଳା ଯାଇଥିଲା । ସେ କହିଛନ୍ତି ସମସ୍ତ କପଡା ପ୍ରଯୋଜକ ସଂସ୍ଥା ପାଖକୁ ଫେରସ୍ତ ହୋଇଯାଏ । କେହି କଳାକାର ପସନ୍ଦ ଅନୁଯାୟୀ କପଡା ନିଜ  ସାଥିରେ ନେଇ ଯାଇଥାନ୍ତି । ଦୀପିକା ପାଦକୋଣ ଏ ଯବାନୀ ହେ ଦିବାନୀ ଫିଲ୍ମର ନୈନା ଭୂମିକାରେ ଅଭିନୟ କରିଥିବା କଳାକାରଙ୍କ ଚଶମା ନେଇଯାଇଥିଲେ। ସେହିପରି କୁହାଯାଏ ଋଷି କପୁର ନିଜ ଫିଲ୍ମରେ ବ୍ୟବହାର କରୁଥିବା ସମସ୍ତ ଜୋତା  ସାଥିରେ ନେଇ ଯାଆନ୍ତି। ଅନେକ ଥର ନିଲାମ ମଧ୍ୟ କରାଯାଏ ।

Tags: