ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଗ୍ଲୋବାଲ ଗୋଲକିପର୍ସ’ ଆଓ୍ବାର୍ଡ

Spread the News

ଭାରତରେ ସ୍ୱଚ୍ଛତା ଅଭିଯାନର ନେତୃତ୍ବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଗ୍ଲୋବାଲ ଗୋଲକିପର୍ସ’ ଆଓ୍ବାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଆଓ୍ୱାର୍ଡ ବିଲ ଏଣ୍ଡ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରରେ ସେ କହିଛନ୍ତି ଯେ ମିଳିଥିବା ସମ୍ମାନ କେବଳ ମୋର ନୁହେଁ ବରଂ ସେହି କୋଟି କୋଟି ଭାରତୀୟଙ୍କର, ଯେଉଁମାନେ ସ୍ୱଚ୍ଛଭାରତର ସଂକଳ୍ପକୁ ସିଦ୍ଧ କରିବା ସହ ଦୈନନ୍ଦିନ ଜୀବନରେ ଏହାକୁ କାର୍ଯ୍ୟକାରୀ କରିଛନ୍ତି ।

ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଅବସରରେ ଏହି ଆଓ୍ୱାର୍ଡ ମିଳିଥିବାରୁ ବ୍ୟକ୍ତିଗତ ଭାବେ ବହୁତ ମହତ୍ବପୂର୍ଣ୍ଣ ବୋଲି ପିଏମ ମୋଦି କହିଛନ୍ତି। ପ୍ରାୟ 130 କୋଟି ଲୋକଙ୍କ ଜନଶକ୍ତି ଯଦି କୌଣସି ସଂକଳ୍ପକୁ ପୂର୍ଣ୍ଣ କରିବାକୁ ଏକଜୁଟ ହୋଇଯିବ ତେବେ ଯେକୌଣସି ଆହ୍ବାନ ଉପରେ ବିଜୟ ହାସଲ କରିହେବ, ଏହା ଏହି ଆଓ୍ବାର୍ଡରୁ ପ୍ରମାଣିତ ହେଉଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଆମେରିକାରେ ପାଇଥିବା ‘ଗ୍ଲୋବାଲ ଗୋଲକିପର୍ସ’ ଆଓ୍ବର୍ଡକୁ ସ୍ୱଚ୍ଛଭାରତ ମିଶନକୁ ଜନ ଆନ୍ଦୋଳନରେ ପରିବର୍ତ୍ତିତ କରିଥିବା ଭାରତୀୟଙ୍କୁ ସମର୍ପିତ କରିଛନ୍ତି ପିଏମ ମୋଦି।