ଆତଙ୍କବାଦୀ ଟାର୍ଗେଟରେ ମୋଦି ଓ ଡୋଭାଲ

Spread the News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଏକ ବିଦେଶୀ ଗୋଇନ୍ଦା ବିଭାଗ  ସଂସ୍ଥା ସୂଚନା ଦେଇଛନ୍ତି।  ଆତଙ୍କବାଦୀଙ୍କ ସ୍ବତନ୍ତ୍ର ସ୍କ୍ବାର୍ଡ ପ୍ରସ୍ତୁତ କରୁଛି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ । ତେବେ ଏହି ଆକ୍ରମଣ ପାଇଁ ପାକିସ୍ତାନର ଗୁଇନ୍ଦା ବିଭାଗ ଆଇଏସଆଇର ଜଣେ ଅଧିକାରୀ ଜୈଶର ସହାୟତା କରୁଥିବା ଜଣାପଡିଛି ।

ଏକ ବିଦେଶୀ ଗୁଇନ୍ଦା ବିଭାଗକୁ ଜୈସର ଏହି ଷଡଯନ୍ତ୍ର ସମ୍ବନ୍ଧରେ ଖବର ମିଳିଛି । ଜୈସ ଆତଙ୍କବାଦୀ ରାମଶେର ବାଣୀ ଏବଂ ତା’ର ମୁଖ୍ୟ ମଧ୍ୟରେ ହୋଇଥିବା ଲିଖିତ ବାର୍ତ୍ତାଳାପରୁ ଏହି ଆକ୍ରମଣ ସମ୍ବନ୍ଧରେ ଜାଣିବାକୁ ପାଇଛି ଗୁଇନ୍ଦା ବିଭାଗ । ତେବେ ଏହି ଗୁଇନ୍ଦା ବିଭାଗ ଏନେଇ ଭାରତୀୟ ଗୁଇନ୍ଦା ବିଭାଗର ଅଧିକାରୀଙ୍କୁ ସୂଚନା ଦେଇଥିବା ଜଣାପଡିଛି ।

ତେବେ ଏହି ସୂଚନା ଆଧାରରେ ଜମ୍ମୁ, ଅମୃତସର, ପଠାନକୋଟ, ଜୟପୁର, ଗାନ୍ଧୀନଗର, କାନପୁର ଏବଂ ଲକ୍ଷ୍ନୌ ସମେତ 30 ଟି ସମ୍ବେଦନଶୀଳ ସହରରେ ହାଇ ଆଲର୍ଟ ଜାରି କରାଯାଇଛି । ଏହା ସହିତ ଅଜିତ ଡୋଭାଲଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୂଚନାଯୋଗ୍ୟ ଯେ, ଉରୀରେ ସେନା ଶିବିର ଉପରେ ହୋଇଥିବା ଆତ୍ମଘାତି ଆକ୍ରମଣ ପରେ ପାକିସ୍ତାନ ସୀମାରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ ଏବଂ ପୁଲୱାମା ଆତ୍ମଘାତି ଆକ୍ରମଣ ପରେ ବାଲକୋଟରେ ଏୟାରଷ୍ଟ୍ରାଇକର ରଣନୀତି ପ୍ରସ୍ତୁତ କରିବାରେ ଡୋଭାଲଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା । ତେଣୁ ଜୈଶ ଡୋଭାଲଙ୍କୁ ଟାର୍ଗେଟ କରିଥିବା ଜଣାଯାଉଛି ।

Tags: