ପାଣି ଟାଙ୍କିରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

Spread the News

ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ମଙ୍ଗଳବାର ଜଣେ ଛାତ୍ରୀ ପାଣି ଟାଙ୍କି ଉପରୁ ଡେଇଁପଡ଼ି ଆତ୍ମହତ୍ୟା କରିଛନ୍ତି। ପୋଲିସ ତାଙ୍କୁ ଅଟକାଇବା ପାଇଁ ବହୁ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ବିଫଳ ହୋଇଛି। ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ସାକ୍ଷୀ ତିଓ୍ବାରୀ(୧୭)। ସାକ୍ଷୀ ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ୁଥିଲେ। ମଙ୍ଗଳବାର ଦ୍ୱିପହରରେ ସାକ୍ଷୀ ଆତ୍ମହତ୍ୟା ପାଇଁ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ପାଣି ଟାଙ୍କି ଉପରେ ଚଢ଼ିଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବୁଝାସୁଝା କରି ତଳକୁ ଓହ୍ଲାଇବାକୁ ଉଦ୍ୟମ କରିଥିଲା। ଏଥିସହ ତଳେ ଜାଲ ମଧ୍ୟ ବିଛାଇଥିଲା। ଅନ୍ୟପଟେ ପାଣି ଟାଙ୍କି ଉପରକୁ ପୋଲିସ ଚଢ଼ିଲେ ସେ ତଳକୁ ଡେଇଁ ପଡ଼ିବେ ବୋଲି ଛାତ୍ରୀ ଜଣଙ୍କ ପୋଲିସକୁ ଧମକ ଦେଇଥିଲେ। କିନ୍ତୁ ପୋଲିସ ତାଙ୍କ କଥା ନ ଶୁଣି ଟାଙ୍କି ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିବା ସମୟରେ ସାକ୍ଷୀ ତଳକୁ ଡେଇଁପଡ଼ିଥିଲେ।

Tags: