latest

ସାଉଥ କମେଡିଆନ ବେଣୁ ମାଧବଙ୍କ ପରଲୋକ

Spread the News

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଗଧାଡ଼ିର କମେଡିଆନ ବେଣୁ ମାଧବଙ୍କ ପରଲୋକ ହୋଇଯାଇଛି।  ଦୀର୍ଘ ଦିନରୁ ବେଣୁ କିଡନୀ ଓ ଲିଭର ରୋଗରେ ଆକ୍ରାନ୍ତ ଥିଲେ। ମଙ୍ଗଳବାର ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସିକନ୍ଦରାବାଦ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ  ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 39 ବର୍ଷ ହୋଇଥିଲା ।  ସେ 600 ଫିଲ୍ମରେ କାମ କରିସାରିଛନ୍ତି। ତେଲେଙ୍ଗାନାର ସୁରୟାପେଟ ଜିଲ୍ଲାରେ 1968 ମସିହାରେ ଜନ୍ମଗ୍ରହଣ କରିଥିଲେ ।