latest

ବିଜେପି କର୍ମୀଙ୍କୁ ଛୁରାମାଡ

Spread the love

ବିଜେପୁର ନିର୍ବାଚନ ପାଇଁ ତାରିଖ ଘୋଷଣାହେବାପରେ ରାଜନୈତିକ ଉଷ୍ମତା ସରଗରମ ରହିଛି। ଗତକାଲି ବିଳମ୍ବିତ ରାତିରେ ଏଠାରେ ପ୍ରଥମ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଜଣେ ବିଜେପି କର୍ମୀଙ୍କୁ କେହି ଛୁରାମାଡ କରିଛନ୍ତି ।

ସ୍ଥାନୀୟ ପଡା ଗ୍ରାମର ମନୋରଂଜନ ବେହେରା ନାମକ ଜଣେ ଯୁବକ ଦୁଇଜଣ ବନ୍ଧୁଙ୍କ ସହ ସୋହେଲାରୁ ନିଜ ଗ୍ରାମକୁ ଫେରୁଥିଲେ । ସେହି ସମୟରେ ୨ଟି ବାଇକରେ ୪ଜଣ ମୁଖାପିନ୍ଧା ଦୁର୍ବତ ଆସି ସେମାନଙ୍କୁ ସଂଘବଧ ଆକ୍ରମଣ କରିଥିଲେ । ଏପରିକି ଠେଙ୍ଗାରେ ପିଟିବା ସହ ଛୁରାମାଢ ମଧ୍ୟ କରିଥିଲେ । ଏଥିରେ ମନୋରଂଜନ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା । ଏନେଇ ବିଜେପି ପକ୍ଷରୁ ବିଜେପୁର ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ବୃତମାନେ ମୁଖାପିନ୍ଧି ଥିବାରୁ ସେମାନଙ୍କୁ ଏଯାବତ ଚିହ୍ନଟ କରାଯାଇ ପାରିନାହିଁ ।

Tags: