latest

ପାକିସ୍ତାନୀ ଖେଳାଳିଙ୍କ ଉପରେ ବର୍ଷିଲେ ଶିଖର ଧାଓ୍ଵନ

Spread the love

ଭାରତୀୟ ଦଳର ଓପନିଂ ବ୍ୟାଟସମ୍ୟାନ ଶିଖର ଧାଓ୍ଵନ  ପାକିସ୍ତାନୀ ଖେଳାଳିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ସାକ୍ଷାତକାର ସମୟରେ କହିଛନ୍ତି ଯେ ପାକିସ୍ତାନୀ ଖେଳାଳିଙ୍କୁ ଭାରତ ବିଷୟରେ କହିବା ପୂର୍ବରୁ ନିଜ ଦେଶର ସ୍ଥିତି ବିଷୟରେ କହିବା ଏବଂ ସୁଧାରିବା ଉଚିତ୍। ଧାଓ୍ଵନ କହିଛନ୍ତି, ଯଦି କିଏ ଆମ ଦେଶ ବିଷୟରେ କିଛି କହୁଛି ତେବେ ଉକ୍ତ ବ୍ୟକ୍ତିଙ୍କୁ ପ୍ରଥମେ ନିଜ ଦେଶର ସ୍ଥିତିକୁ ସୁଧାରିବା ପରେ ଯାଇ ଅନ୍ୟମାନଙ୍କୁ ଟୀକାଟିପ୍ପଣୀ କରିବା ଉଚିତ୍। ସେ ଏହା ମଧ୍ୟ କହିଛନ୍ତି ଯେ ଯାହାଙ୍କ ଘର କାର୍ଚରେ ନିର୍ମିତ ତାଙ୍କୁ ଅନ୍ୟମାନଙ୍କ ଘର ଉପରକୁ ପଥର ଫିଙ୍ଗିବା ଉଚିତ୍ ନୁହଁ।

ଯେବେ ତାଙ୍କୁ ଗତ ବର୍ଷ ଆଫ୍ରିଦିଙ୍କ ବିରୋଧରେ କରିଥିବା ଟ୍ଵିଟ୍ ବିଷୟରେ ପ୍ରଶ୍ନ କରାଗଲା, ଧାଓ୍ଵନ କହିଛନ୍ତି ଯେ ତାଙ୍କୁ ଆଫ୍ରିଦିଙ୍କ ଟ୍ଵିଟ୍ ପସନ୍ଦ ଆସିନଥିଲା। ଆଫ୍ରିଦି ଏହି ଟ୍ଵିଟ୍ କାଶ୍ମୀରୀକୁ ନେଇ କରିଥିଲେ। ଏହାର ଉତ୍ତରରେ ଧାଓ୍ଵନ ଲେଖିଥିଲେ ଯେ, ପ୍ରଥମେ ନିଜ ଦେଶର ଅବସ୍ଥା ସୁଧାର। ନିଜର ଚିନ୍ତାଧାର ନିଜ ପାଖରେ ରଖ। ଆମ ଦେଶରେ ଯାହା ଆମେ କରୁଛୁ ତାହା ବହୁତ ଭଲ। ଆମକୁ କଣ କରିବାର ଅଛି ତାହା ବେଶ ଭଲଭାବେ ଜଣା। ଆମ  ବିଷୟରେ ଅଧିକ ଚନ୍ତା କର ନାହିଁ।

ଉଲ୍ଲେଖଯୋଗ୍ୟ, ଆଫ୍ରିଦି ସାମାଜିକ ଗଣମାଧ୍ୟମରେ ଧାଓ୍ଵନଙ୍କ ବ୍ୟତୀତ ଗୌତମ ଗମ୍ଭୀର ଓ ଇଶାନ୍ତ ଶର୍ମାଙ୍କ ସହ ଯୁକ୍ତିତର୍କ କରି ସାରିଛନ୍ତି।  ଏଇ କିଛି ଦିନ ପୂର୍ବେ ଗମ୍ଭୀର ଓ ଆଫ୍ରିଦି ଟ୍ଵିଟରରେ ଲଢେଇ କରିଥିଲେ। ସାମାଜିକ ଗଣମାଧ୍ୟମରେ ଉଭୟଙ୍କ ମଧ୍ୟରେ କାଶ୍ମୀରକୁ ନେଇ ବିତର୍କ  ହୋଇଥିଲା। 

ସୋ ସମୟରେ ଏହି ବାମହାଥୀ ବ୍ୟାଟସମ୍ୟାନ କହିଛନ୍ତି ଯେ ଯେବେ ସେ ଭାରତୀୟ ଦଳକୁ ଆସିଲେ ତେବେ ବହୁତ ନର୍ଭସ ଥିଲେ। ତାଙ୍କର ନଜର ଦଳରେ ନିଜର ସ୍ଥାନ ସୁନିଶ୍ଚିତ କରିବା। ମାତ୍ର ଏବେ ସେ ବହୁତ ମସ୍ତି କରୁଛନ୍ତି।

Tags: