latest

ନୂଆ ମୋଟର ଯାନ ନିୟମ : ଖରାପ ରାସ୍ତା ପାଇଁ ୧ ଲକ୍ଷ ଟଙ୍କା ଜରିମାନା ଗଣିବେ ଠିକାଦାର

Spread the News

ସେପ୍ଟେମ୍ୱର ୧ ରୁ ଦେଶର ଅଧିକାଂଶ ରାଜ୍ୟରେ ନୂତନ ମୋଟର ଯାନ ଆଇନ ଲାଗୁ ହୋଇଛି । ନୂଆ ନିୟମ ଅନୁସାରେ ନିୟମ ଉଲ୍ଲଂଘନକାରୀଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡୁଛି । ଚାଲାଣ ଏତେ ଟଙ୍କାର କଟୁଛି ଯେ ଅନେକ ସ୍ଥାନରେ ବାହାନ ଚାଳକମାନେ ନିଜର ଗାଡି ଛାଡି ମଧ୍ୟ ଚାଲିଯାଉଛନ୍ତି । ମୋଟା ଅଙ୍କର ଜରିମାନା ବ୍ୟବସ୍ଥାକୁ ନେଇ ସାଧାରଣ ଲୋକମାନେ ବିରୋଧ କରିବା ସହ ସରକାରଙ୍କୁ ଅନେକ ପ୍ରଶ୍ନ କରି ଘେରିଥିଲେ ।
ସୋସିଆଲ ମିଡିଆରେ ନୂଆ ମୋଟର ଯାନ ନିୟମକୁ ନେଇ ସରକାରଙ୍କୁ ସାଧାରଣ ଲୋକେ ଅନେକ ପ୍ରଶ୍ନ କରୁଛନ୍ତି । ସବୁଠାରୁ ଆଗରେ ଯେଉଁ ପ୍ରଶ୍ନ ରହିଛି ତାହା ହେଲା ଖରାପ ରାସ୍ତା ପାଇଁ ଜରିମାନା କିଏ ଦେବ ? ତେବେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏନେଇ କିଏ ଜରିମାନା ଦେବ ତା ଉପରୁ ପରଦା ଉଠାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଟ୍ୱିଟରରେ ସୂଚନା ଦେଇଛନ୍ତି, ଖରାପ ସଡକ ନିର୍ମାଣ କରୁଥିବା ଠିକାଦାର ମାନଙ୍କ ଉପରେ ମଧ୍ୟ ଜରିମାନା ଲାଗୁ କରାଯିବ । ଟ୍ୱିଟରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ନୂଆ ମୋଟର ଯାନ ଆକ୍ଟ ଅନୁସାରେ କେବଳ ସାଧାରଣ ଲୋକଙ୍କ ଉପରେ ଜରିମାନା ରାଶି ବୃଦ୍ଧି କରାଯାଇ ନାହିଁ ବରଂ ରାସ୍ତା ନିର୍ମାଣ କରୁଥିବା କଣ୍ଟ୍ରାକ୍ଟର ଦ୍ୱାରା ଭୁଲ ରାସ୍ତା ଡିଜାଇନ, ନିମ୍ର ମାନର ନିର୍ମାଣ ଏବଂ ରକ୍ଷାଣ ବେକ୍ଷାଣରେ ଅବହେଲା ପାଇଁ ଏକ ଲକ୍ଷ କୋଟି ଟଙ୍କା ଜରିମାନ

Tags: