latest

ଓଡିଶାର କିଏ ଏହି ବିସ୍ମୟ ବାଳକ, 6 ବର୍ଷ ବୟସରେ ତିଆରି କଲେଣି ଦେଢଶହ ଆପ୍

Spread the love

ମାତ୍ର 6 ବର୍ଷ ବୟସରେ ତିଆରି କଲେଣି ଦେଢଶହ ଆପ । ବିଶ୍ବାସ ନହେଲେ ମଧ୍ୟ ସତ। ଖେଳଦୁଦ ବୟଲରେ ବୈକ୍ଷାନିକ ହେବାର ଲକ୍ଷ। ଆମେ କହୁଛୁ ବଲାଙ୍ଗୀର ର 6 ବର୍ଷର ଜଣେ ଶିଶୁଙ୍କ କଥା । ଯେ ଏବେ ସମଗ୍ର ଜିଲ୍ଲା ସହ ରାଜ୍ୟରେ ପାଲଟିଛନ୍ତି ଚର୍ଚ୍ଚାର ବିଷୟ। 6 ବର୍ଷ ବୟସରେ ଗେମ୍ ସହ ବିଭିନ୍ନ ଶିକ୍ଷା ଯୋଗାଉଥିବା ଆପ ତିଆରି କରିଛନ୍ତି ତା ସହ ତିଆରି କରୁଛନ୍ତି ରୋବର୍ଟ। ମାଁ ଓ ବାପାଙ୍କ ସାହାର୍ଯ୍ୟରେ ଅନଲାଇନ ପାଠ ପଢିବା ସହ ଏବେ ତିଆର କରିଛନ୍ତି ରୋବର୍ଟ। ଅନ୍ୟ ଶିଶୁଙ୍କ ଭଳି ନା ସବୁବେଳେ ଖେଳକୁଦ ରେ ମନ ନା ହିଁ ଟିଭି ସହ ବାହ୍ୟ ଜଗତରେ ମନ। କମ୍ପୁଟର ହିଁ ତାଙ୍କ ପାଇଁ ଏବେ ସବୁକିଛି ପାଲଟିଛି। ଆସନ୍ତୁ ଦେଖିବା ଜଣେ ଏଭଳି ଶିଶୁଙ୍କ ବିଷୟରେ ଏହି ରିପୋର୍ଟ।  ଅନର୍ଗଳ ଇଂରାଜୀ ସହ ହାତରେ କି-ବୋର୍ଡ। କମ୍ପୁଟରେ ବସି ଗେମ୍ ଖେଳିବା ଆପଣ ଦେଖିଥିବା ପିଲାମାନଙ୍କୁ ହେଲେ ଗ୍ୟାମ ତିଆରି କରିଥିବା କେବେ ଦେଖିନଥିବେ। ହେଲେ ଏ ଶିଶୁଟି ଉପରେ ନଜର ପକାନ୍ତୁ । ଏ କୁନି ମହାଶୟ କରିଛନ୍ତି ଏଭଳି ଏକ କାମ ଖାଲି ଗେମ ନୁହେଁ ଦେଢ ଶହରୁ ଅଧିକ କମ୍ପୁଟର ଓ ମୋବାଇଲ ଆନିମେସନ ପ୍ରୋଜେକ୍ଟ ସହ ରୋବଟିକ ଗେମ ତିଆରି କରିଛନ୍ତି । ତାହା ପୁଣି ମାତ୍ର 6 ବର୍ଷ ବୟସରେ।

 ଏ ହେଉଛନ୍ତି ବଲାଙ୍ଗୀର ସହର କୋଶଲ ଛକ ସ୍ଥିତ ଆପାର୍ଟମାଣ୍ଟ ରେ ରହୁଥିବା କୁଲଦୀପ ପଟ୍ଟନାଏକ ଓ ବି ପ୍ରମିଳାଙ୍କ 6 ବର୍ଷର ପୂଅ ଭେଙ୍କଟ ରମଣ। ଳେଟ୍ସ ରିଓ୍ବାର୍ଡ ଜିଡ୍ସ ନାମକ ଏକ ମୋବାଇଲ ଆପ ତିଆରି କରି ସମଗ୍ର ବଲାଙ୍ଗୀର ସହ ରାଜ୍ୟବାସୀଙ୍କୁ କରିଛନ୍ତି ବିସ୍ମିତ। ତା ସହ 150 ରୁ ଅଧିକ ଆନିମେସନ ଓ ରୋବଟିକ ଗେମ ତିଆରି କରିଛନ୍ତି ସେ । ବର୍ତ୍ତମାନ ସେ ଗୋଟିଏ ରୋବର୍ଟ ତିଆରି କରିଥିବା ବେଳେ କୁଇଜ ଆପ ନିଜ ଭଏସରେ ତିଆରି କରୁଛନ୍ତି। ତାଙ୍କ ବାପା ଓ ମାଁ ତାଙ୍କୁ ଏ ସମସ୍ତ କାମ ପାଇଁ ସାହାର୍ଯ୍ୟ କରୁଥିବା ବେଳେ ନିଜେ ନିଜେ ଅନଲାଇନ ପାଠ ପଢି ଆଣିଛନ୍ତି ଏଭଳି ଏକ ଗୌରବ। 

Tags: