latest

ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

Spread the love

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ସୁପ୍ରିମକୋର୍ଟ ଝଟକା ଦେଇଛନ୍ତି । ଏକ ମାମଲାରେ ଭୁଲ ତଥ୍ୟ ଦେଇଥିବାରୁ ସୁପ୍ରିମକୋର୍ଟ ତାଙ୍କୁ କ୍ଲିନଚିଟ୍ ଦେବାରୁ ବାଦ୍ ଦେଇଛନ୍ତି । ଫଡନାଭିସ ହଲଫମାନେକୁ ନେଇ ଭଲ ତଥ୍ୟ ଦେଇଥିଲେ। ଏହି ଅଭିଯୋଗରେ ତଳ ଅଦାଲତ ଓ ହାଇକୋର୍ଟରୁ ତାଙ୍କୁ କ୍ଲିନ ଟିଟ୍ ଦେଇଥିଲେ । ହେଲେ ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଛନ୍ତି । ତାଙ୍କ ଉପରେ ଏବେ ଜନପ୍ରତିନିଧି ନିୟମ ଅନୁସାରେ ମାମଲା ରୁଜୁ ହେବ । ସେ ହଲଫମାନେ ମାମଲାରେ ଦୁଇ ଅଧିକାରୀଙ୍କ ନାମ ଗୁପ୍ତ ରଖିଥିବାରୁ ହାଇକୋର୍ଟ ଦେଇଥିବା ଆଦେଶକୁ ପଲଟାଇ ମାମଲା ଚଳାଇବା ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ନିର୍ବାଚନ ଆୟୋଗ ଦ୍ୱାରା ଶନିବାର ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । 21 ଅକ୍ଟୋବରକୁ ଦୁଇ ରାଜ୍ୟରେ ମତଦାନ ହେବ।

Tags: