ଏସ୍‌ ଜୟଶଙ୍କରକୁ ସମାଲୋଚନା କଲେ ରାହୁଲ ଗାନ୍ଧୀ

Spread the News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଉଡି ମୋଦୀ କାର୍ଯ୍ୟକ୍ରମରେ ଟ୍ରମ୍ପ ସରକାରଙ୍କୁ ସମର୍ଥନ କରି ଅବ୍‌କି ବାର ଟ୍ରମ୍ପ ସରକାର ସ୍ଲୋଗାନ ଦେଇଥିଲେ । ଏହାଉପରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଦେଇଥିବା ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି  ରାହୁଲ ଗାନ୍ଧୀ । ଏଥିସହ ସେ ମୋଦିଙ୍କ କୂଟନୀତିକ ସମ୍ପର୍କକୁ ମଧ୍ୟ ଟାର୍ଗେଟ କରିଛନ୍ତି। ମୋଦି ସେପ୍ଟେମ୍ବର 22ରେ ଆମେରିକାର ହ୍ୟୁଷ୍ଟନରେ ଆୟୋଜିତ ହାୱଡି ମୋଦି କାର୍ଯ୍ୟକ୍ରମରେ ଅବକି ବାର ଟ୍ରମ୍ପ ସରକାର କହିଥିଲେ। ତେବେ ଏଭଳି ନାରା ଦେଇ ମୋଦି କୌଣସି ପ୍ରକାରର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଚାର କରିନାହାନ୍ତି ଏବଂ ଏହାକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ଜୟଶଙ୍କର ଆଜି ସ୍ପଷ୍ଟୀକରଣ ଦେଇଥିଲେ।

ତେବେ ରାହୁଲ ଗାନ୍ଧି ଏହି ପ୍ରସଙ୍ଗରେ ଟ୍ୱିଟ କରି ଜୟଶଙ୍କର ଓ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଥିବାରୁ ଜୟଶଙ୍କରଜୀ ଆପଣଙ୍କୁ ଧନ୍ୟବାଦ। ଟ୍ରମ୍ପଙ୍କ ପାଇଁ ତାଙ୍କର ଏଭଳି ପ୍ରଚାର ଡେମୋକ୍ରାଟିକ ପାର୍ଟି ସହ ଭାରତର ସମ୍ପର୍କକୁ ଖରାପ କରିବ। ମୁଁ ଭାବୁଛି ଆପଣଙ୍କ ହସ୍ତକ୍ଷେପ ଦ୍ୱାରା ଏହି ସମସ୍ୟା ଦୂର ହୋଇପାରିବ।

Tags: