latest

ଗୋଟିଏ ଘଣ୍ଟାରେ କେତେ ଟଙ୍କା ପାଆନ୍ତି ସୁନ୍ଦର ପିଚାଇ ?

Spread the love

 ସମଗ୍ର ବିଶ୍ୱରେ ପ୍ରସିଦ୍ଧ ସର୍ଚ୍ଚ ଇଞ୍ଜିନ୍ ଗୁଗଲର ସିଇଓ ଜଣେ ଭାରତୀୟ । ତାଙ୍କ ନାଁ ହେଉଛି ସୁନ୍ଦର ପିଚାଇ। ସେ ଗୁଗଲକୁ ଏକ ସ୍ୱତନ୍ତ୍ର ସ୍ଥାନରେ ପହଞ୍ଚାଇଛନ୍ତି। ସେଥିପାଇଁ ଗତଦୁଇ ବର୍ଷରୁ ସୁନ୍ଦର ପିଚାଇ ବିଶ୍ବରେ ସବୁଠୁ ଅଧିକ ବେଶୀ ଦରମା ପାଉଥିବା ସିଇଓ ଲିଷ୍ଟରେ ସାମିଲ ହୋଇ ଯାଇଛନ୍ତି। ସେ ପ୍ରତି ଘଣ୍ଟାରେ 1.6 କୋଟି ଟଙ୍କା ଆୟ କରୁଛନ୍ତି। ସୁନ୍ଦର ପିଚାଇଙ୍କ ନାଁ ସୁନ୍ଦରରାଜନ ପିଚାଇ। ସେ 1972 ମସିହା ଜୁଲାଇ 12 ତାରିଖରେ ତାମିଲନାଡ଼ୁର ମଦୁରାଇରେ ଜନ୍ମଗ୍ରହଣ କରିଛନ୍ତି । ସେ ଆଇଆଇଟି ଖଡ଼ଗପୁରରୁ ବିଟେକ୍ ଏବଂ ଷ୍ଟାନଫୋର୍ଡ଼ ବିଶ୍ବବିଦ୍ୟାଳୟରୁ ଏମଏସ୍ କରିବା ପରେ ଆମେରିକାର ପେନସିଲଭାନିଆ ୟୁନିଭର୍ସିଟିରୁ ଏମବିଏ ଡିଗ୍ରୀ ହାସଲ କରିଥିଲେ। ସୁନ୍ଦର ପିଚାଇ ଦୀର୍ଘ ଦିନରୁ ଗୁଗଲ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ।

2015 ମସିହାରୁ ସେ ଗୁଗଲର ସିଇଓ ପଦ ସମ୍ଭାଳିବାର ଦାୟିତ୍ବ ନେଇଥିଲେ।  ସୁନ୍ଦର ପିଚାଇ ଚେନ୍ନାଇରେ ଦୁଇଟି ରୁମ ଥିବା ଘରେ ରହୁଥିଲେ। ତାଙ୍କ ପରିବାରରେ ଟିଭି,ଟେଲିଫୋନ୍,କାର କିଛି ବି ନଥିଲା। ତାଙ୍କର କଠିନ ପରିଶ୍ରମ ବଳରେ ତାଙ୍କୁ ଖଡ଼ଗପୁରର ଆଇଆଇଟିରେ ଆଡମିସନ୍ ମିଳିଥିଲା। ଏଠାରୁ ଇଞ୍ଜିନିୟରିଙ୍ଗ କରିବା ପରେ ଆଗକୁ ପାଠ ପଢ଼ିବା ପାଇଁ ତାଙ୍କୁ ଷ୍ଟାନଫୋର୍ଡ଼ ୟୁନିଭର୍ସିଟିରୁ ସ୍କଲାରସିପ୍ ମିଳିଥିଲା। ସେହି ସମୟରେ ତାଙ୍କ ଘରର ଆର୍ଥିକ ଅବସ୍ଥା ଏତେ ଖରାପ ଥିଲା ଯେ ସୁନ୍ଦରଙ୍କ ଏୟାର ଟିକଟ ପାଇଁ ତାଙ୍କ ବାପାଙ୍କୁ ଲୋନ୍ ନେବାକୁ ପଡ଼ିଥିଲା। 

ଆଇଆଇଟିରୁ ପଢ଼ା ସରିବା ପରେ ସେ କେବେ ପଛକୁ ଫେରି ଚାହିଁନଥିଲେ।  ସୁନ୍ଦର ଏକ ସାକ୍ଷାତକାରରେ କହିଥିଲେ ଯେ ସେ 2004 ମସିହା ଅପ୍ରେଲ୍ 1 ତାରିଖରେ ଗୁଗଲରେ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେଇଥିଲେ। ଯେତେବେଳେ ଜିମେଲ୍ ଲଞ୍ଚ ହୋଇଥିଲା ସେତେବେଳେ ସେ ଏହା ବିଷୟରେ କିଛି ଜାଣିନଥିଲେ। ତାଙ୍କୁ ଜିମେଲ୍ ବିଷୟରେ ପଚରାଯିବାରୁ ସେ ଭାବିଥିଲେ ଯେ ତାଙ୍କୁ ଏପ୍ରିଲ ଫୁଲ କରାଯାଉଛି। ଏହା ପରେ 3 ଟି ସାକ୍ଷାତକାରରେ ସେ ଏହାର ଉତ୍ତର ଦେଇପାରିନଥିଲେ। କିନ୍ତୁ ଚତୁର୍ଥ ଇଣ୍ଟରଭ୍ୟୁ​‌ରେ ତାଙ୍କୁ ଜିମେଲ୍ ବିଷୟରେ କୁହାଯାଇଥିଲା। ସୁନ୍ଦର ମ୍ୟାକେଞ୍ଜି ପରେ ଗୁଗଲରେ ପ୍ରଡକ୍ଟ ମ୍ୟାନେଜର ଭାବେ ଜଏନ୍ କରିଥିଲେ। ପ୍ରଥମେ ତାଙ୍କୁ ଟୁଲବାର,ଡେସ୍କଟପ୍ ସର୍ଚ୍ଚ,ଗୁଗଲ୍ ଗିୟର ଭଳି ପ୍ରଡକ୍ଟର ଦାୟିତ୍ବ ଦିଆଯାଇଥିଲା। ଏହା ପରେ କ୍ରୋମ ଆସିଥିଲା।

Tags: