latest

ପିଲାଚୋର ଭାବି ବାନ୍ଧିକି ବାଡେଇଲେ

Spread the love

 ପିଲା ଚୋର ଭାବି ଜଣେ ଯୁବକଙ୍କୁ ନିସ୍ତୁକ ମାଡ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା  କୁଆଁରମୁଣ୍ଡା କଚାରୁ ପଞ୍ଚାୟତର ଚଟକଟୋଳା ଗାଁରେ ଏଭିଳି ଘଟଣା ଦେଖିବାକୁ ମିଳିଛି।  ସୂଚନା ମୁତାବକ ଯୁବକଜଣକ ବୁଲୁବୁଲୁ ଚଟକଟୋଳା ଗାଁ ଭିତରକୁ ପଶି ଆସିଥିଲା । ଗାଁ ଲୋକେ ତାକୁ ଦେଖି ପିଲାଚୋର ଭାବି ନିସ୍ତୁକ ପିଟିଥିଲେ , ପରେ ତାକୁ ପୁଲିସକୁ ହସ୍ତାନ୍ତର କରିଥିଲେ ।

ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡ଼ିଛି । ବିଭିନ୍ନ ଗାଁରେ ବାରମ୍ବାର ଏଭଳି ଘଟଣା ହେଉଥିବା ସତ୍ତ୍ବେ ପୁଲିସ କିମ୍ବା ପ୍ରଶାସନ ସଚେତନତା ପାଇଁ କୌଣସି ପଦକ୍ଷେପ ଉଠାଉନଥିବା ଅଭିଯୋଗ ହେଉଛି । ଫଳରେ ଏଭଳି ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ରାଉରକେଲା ସେକ୍ଟର 6 ଓ ନୂଆଗାଁ କୋକେରମାରେ ପିଲାଚୋରି ଅଭିଯୋଗରେ ସ୍ଥାନୀୟ ଲୋକ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।