latest

ବିନା ଟିକଟରେ ସ୍କୁଲ ପିଲା ବୁଲିପାରିବେ ଭିତରକନିକା

Spread the love

 ଏଣିକି ଛାତ୍ରଛାତ୍ରୀମାନେ ନିଶୁଳ୍କରେ ଭିତରକନିକା ବୁଲି ପାରିବେ। ତିନୋଟି ଜାତୀୟ ଛୁଟି ଦିବସ ଗାନ୍ଧି ଜୟନ୍ତୀ, ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଭିତରକନିକା ପରିଦର୍ଶନ ପାଇଁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବନି କୌଣସି ଫି। ଛାତ୍ରଛାତ୍ରୀଙ୍କୁ ମାଗଣା ବୋଟିଂ ସେବା ଯୋଗାଇଦେବାକୁ ସ୍ଥିର କରିଛି ବନ ବିଭାଗ। ଭିତରକନିକା ପ୍ରବେଶ ପାଇଁ ଏବେ 100 ରୁ 500 ଟଙ୍କା ଓ ବୋଟିଂ ପାଇଁ 5 ହଜାରରୁ 10 ହଜାର ଟଙ୍କା ପର୍ଯ୍ୟଟକଙ୍କ ଦେବାକୁ ପଡେ। ଏତେ ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ ଭିତରକନିକା ବୁଲିବାକୁ ପସନ୍ଦ କରିନଥାନ୍ତି।

ବିଦ୍ୟାଳୟ ଓ କଲେଜ ଛାତ୍ରଙ୍କୁ ଆକୃଷ୍ଟ କରିବା ଲାଗି ବନବିଭାଗ ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି। 1975 ମସିହାରେ ବିଶ୍ବର ଦ୍ବିତୀୟ ବୃହତ୍ତମ ଲୁଣା ଜଙ୍ଗଲକୁ ଭିତରକନିକା ଅଭ୍ୟୟାରଣ୍ୟ ରୂପେ ଘୋଷଣା କରାଯାଇଥିଲା । 1998 ରେ ଭିତରକନିକାର 145 ବର୍ଗ କିଲୋମିଟର ଅଞ୍ଚଳକୁ ମିଳିଥିଲା ଜାତୀୟ ଉଦ୍ୟାନର ମାନ୍ୟତା ।

Tags: