latest

ସାମ୍ବାଦିକଙ୍କ ପାଟି ଶୁଣି ରାଗି ଗଲେ ଆଲିଆ

Spread the love

ସବୁବେଳେ ନିଜ ଫିଲ୍ମ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ସାମ୍ବାଦିକମାନଙ୍କୁ ଚୁପ୍‌ କରାଇବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ସେ ଏକ ଡାକ୍ତରଖାନାରେ ଆୟୋଜିତ କରାଯାଇଥିବା ଇଭେଣ୍ଟକୁ ଯୋଗ ଦେବାକୁ ଯାଇଥିବା ବେଳେ ସାମ୍ବାଦିକମାନଙ୍କ ପାଟି ଶୁଣି ରାଗି ଯାଇଥିଲେ । ଯାହା ପରେ ସେ ସ୍କୁଲର କଥା ସମସ୍ତଙ୍କୁ ମନେ ପକାଇ ଚୁପ୍‌ କରାଇ ଦେଇଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ସୂଚନା ମୁତାବକ, ଓ୍ଵାଡିଆ ହସ୍ପିଟାଲକୁ ଏକ ଇଭେଣ୍ଟରେ ଯୋଗ ଦେବା ପାଇଁ ପହଞ୍ଚିଥିଲେ ଆଲିଆ ଭଟ୍ଟ । ଇଭେଣ୍ଟରେ ପହଞ୍ଚିବା ମାତ୍ରେ ଅନେକ ଫଟୋଗ୍ରାଫର ଓ ପ୍ରଶଂସକମାନେ ତାଙ୍କୁ ଘେରି ନେଇଥିଲେ । ଅଧିକ ଶବ୍ଦ ହେବାରୁ ରାଗରେ ଜୋର୍‌ରେ ପାଟି କରି ଆଲିଆ କହିଥିଲେ, ମୁଁ କୁଆଡ଼େ ଯାଉ ନାହିଁ, ଏଇଠି ଅଛି । ଚିନ୍ତା କର ନାହିଁ । ଯେମିତି ସ୍କୁଲରେ ସମସ୍ତେ ଚିପ୍‌ ରୁହନ୍ତି । ସବୁ ସେମିତି ଚୁପ୍‌ ହୋଇଯାଅ । ଏଇଟା ଡାକ୍ତରଖାନା, ଏଠାରେ ଏତେ ଜୋର୍‌ରେ ପାଟି କରି ପାରିବେ ନାହିଁ । ଆଲିଆଙ୍କ ଏହି କଥା ଶୁଣିବା ପରେ ସମସ୍ତେ ଚୁପ୍‌ ହୋଇ ଯାଇଥିଲେ ।

Tags: