latest

ତିଆରି ହେଲା କୃତ୍ରିମ ରକ୍ତ: ସମସ୍ତ ବ୍ଲଡ୍‌ ଗ୍ରୁପ୍‌ର ବ୍ୟକ୍ତିଙ୍କୁ ଦିଆଯାଇ ପାରିବ

Spread the love

ବୈଜ୍ଞାନିକମାନେ କୃତ୍ରିମ ରକ୍ତ ତିଆରି କରିବାକୁ ସକ୍ଷମ ହୋଇଛନ୍ତି। ଜାପାନର ଟୋକୋରଜାଓ୍ବାସ୍ଥିତ ନ୍ୟାସନାଲ୍‌ ଡିଫେନ୍ସ୍‌ ମେଡିକାଲ କଲେଜର ବୈଜ୍ଞାନିକମାନେ ଗବେଷଣାଗାରରେ ଏଭଳି ରକ୍ତ ତିଆରି କରିଥିବା ଦାବି କରିଛନ୍ତି। ଏହାକୁ ସମସ୍ତ ବ୍ଲଡ୍‌ ଗ୍ରୁପ୍‌ର ବ୍ୟକ୍ତିଙ୍କୁ ଦିଆଯାଇ ପାରିବ। ଏହି ରକ୍ତକୁ ଏକ ବର୍ଷ ପର୍ଯ୍ୟନ୍ତ ସାମାନ୍ୟ ତାପମାତ୍ରାରେ ସଂରକ୍ଷିତ ରଖିହେବ। ଏହାକୁ ରକ୍ତହୀନତା ଭୋଗୁଥିବା ୧୦ଟି ଠେକୁଆଙ୍କୁ ଦିଆଯାଇଥିଲା।

ସେଥିମଧ୍ୟରୁ ୬ଟି ଠେକୁଆଙ୍କ କ୍ଷେତ୍ରରେ ଏହା ବେଶ୍‌ ସଫଳ ରହିଥିଲା। ଠେକୁଆଙ୍କୁ ଅସଲି ରକ୍ତ ଦିଆଯାଇଥିଲେ ମଧ୍ୟ ଫଳାଫଳ ସ୍ଥିତି କୃତ୍ରିମ ରକ୍ତ ପରି ହୋଇଥାନ୍ତା ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ମଣିଷଙ୍କ କ୍ଷେତ୍ରରେ ଓ-ନେଗେଟିଭ୍‌ ରକ୍ତ ଭଳି ଅନ୍ୟ କେତେକ ବିରଳ ବ୍ଲଡ୍‌ ଗ୍ରୁପ୍‌ ରୋଗୀଙ୍କୁ ଏହି ରକ୍ତ ସହଜରେ ଦିଆଯାଇପାରିବ। ଏବେ ରକ୍ତର ଅଭାବ ଯୋଗୁ ପୃଥିବୀରେ କାହାର ଆଉ ମୃତ୍ୟୁ ଘଟିବ ନାହିଁ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।

Tags: