latest

ନବରାତ୍ରର ପଞ୍ଚମ ଦିନରେ ମା’ଙ୍କୁ ସ୍କନ୍ଦମାତା ରୂପରେ ପୂଜା କରାଯାଏ

Spread the love

ନବରାତ୍ରର ପଞ୍ଚମ ଦିନରେ ମା’ଙ୍କୁ ସ୍କନ୍ଦମାତା ରୂପରେ ପୂଜା କରାଯାଏ। ଏହି ରୂପରେ ଦୁର୍ଗାମା’ କାର୍ତ୍ତିକେୟ (ସ୍କନ୍ଦ)ଙ୍କ ଜନନୀ ହୋଇଥିବା କାରଣରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ। ସ୍କନ୍ଦମାତା ନିଜ କୋଳରେ କାର୍ତ୍ତିକେୟଙ୍କୁ ଧରିଥିବା ରୂପରେ ଦେଖିବାକୁ ମିଳେ। ସ୍କନ୍ଦମାତାଙ୍କୁ ପୂଜା କରିବା ଦ୍ବାରା ସ୍ବୟଂ କାର୍ତ୍ତିକେୟ ପୂଜା ପାଇଥାଆନ୍ତି। ତନ୍ତ୍ର ସାଧନାରେ ଦୁର୍ଗାମା’ଙ୍କ ସମ୍ବନ୍ଧ ବିଶୁଦ୍ଧ ଚକ୍ର ସହ ଜଡିତ ଥିବା ବେଳେ ଜ୍ୟେତିଷଶାସ୍ତ୍ରରେ ଏହା ବୃହସ୍ପତି ଗ୍ରହ ସହ ଜଡିତ। ଏହା ସହ ତାଙ୍କୁ ପଦ୍ମାସନା ଦେବୀ ବୋଲି ମଧ୍ୟ କୁହାଯାଏ। ଚଳିତବର୍ଷ ଦୁର୍ଗା ମା’ଙ୍କ ସ୍କନ୍ଦମାତା ରୂପକୁ ଅକ୍ଟୋବର ୩ରେ ଅର୍ଥାତ୍ ଆଜି ପୂଜା କରାଯିବ। ସ୍କନ୍ଦମାତାଙ୍କୁ କଦଳୀ ନୈବେଦ୍ୟ ଅର୍ପଣ କଲେ ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।
ସ୍କନ୍ଦମାତାଙ୍କ ପୂଜା ଦ୍ବାରା କ’ଣ ବିଶେଷ ଲାଭ ମିଳିଥାଏ
ସ୍କନ୍ଦମାତାଙ୍କ ପୂଜା କରିବା ଦ୍ବାରା ସନ୍ତାନ ପ୍ରାପ୍ତିର ଆଶୀର୍ବାଦ ମିଳିଥାଏ ।
ଏହା ବ୍ୟତୀତ ସନ୍ତାନର ସମସ୍ତ କଷ୍ଟ ଦୂର ହୋଇଥାଏ ।
ପୂଜା ସମୟରେ ସ୍କନ୍ଦମାତାଙ୍କୁ ହଳଦିଆ ରଙ୍ଗର ଫୁଲ ଓ ଭୋଗ ଅର୍ପଣ କରନ୍ତୁ ।
ହଳଦିଆ ବସ୍ତ୍ର ଧାରଣ କରି ପୂଜା କରିବା ଅତି ଉତ୍ତମ ହୋଇଥାଏ। ପ୍ରାର୍ଥନା କରିବା ସମୟରେ ବିଶେଷ କରି ସନ୍ତାନ ସମ୍ବନ୍ଧୀୟ ଆଶୀର୍ବାଦ ଭିକ୍ଷା କରନ୍ତୁ ।
ବିଶୁଦ୍ଧ ଚକ୍ର ଦୁର୍ବଳ ହେଲେ କ’ଣ ପରିଣାମ ମିଳେ
ବିଶୁଦ୍ଧ ଚକ୍ର କଣ୍ଠର ଠିକ୍ ପଛରେ ରହିଥାଏ ।
ଏହି ଚକ୍ର ଦୁର୍ବଳ ହେବା ଦ୍ବାରା ବାଣୀର ଶକ୍ତି ଦୁର୍ବଳ ହୋଇଥାଏ ।
ଏହା ଦ୍ବାରା ଖନେଇବା ଏବଂ ମୂକ ଭଳି ସମସ୍ୟା ଦେଖାଦେଇଥାଏ ।
ଏହା ସହ କାନ, ନାକ ଓ ଗଳାରେ ସମସ୍ୟା ହୋଇପାରେ ।
ବିଶୁଦ୍ଧ ଚକ୍ର ଦୁର୍ବଳ ହେବା ଦ୍ବାରା ବ୍ୟକ୍ତି ସିଦ୍ଧି ଓ ଶକ୍ତି ହାସଲ କରିପାରେ ନାହିଁ ।

Tags: