latest

‘କ୍ରିକେଟ୍ର’ର ବିକାଶ ପାଇଁ କ୍ରୀଡ଼ା ସାମ୍ବାଦିକଙ୍କ ସହଯୋଗ ଚାହିଁଲେ ଓସିଏ ସମ୍ପାଦକ

Spread the love

ରାଜ୍ୟରେ କ୍ରିକେଟର ବିକାଶ ପାଇଁ ଆମ ନୂଆ ଟିମ୍‌ ଖୁବ୍‌ ନିଷ୍ଠାର ସହ କାମ କରିବାକୁ ନିଷ୍ପତ୍ତି ନେଇଛି। ତୃଣମୂଳ ସ୍ତରରୁ ପ୍ରତିଭାଙ୍କ ବିକାଶ ସହ ଏକାଡେମୀ ସ୍ଥାପନ କରିବା ଏବଂ କ୍ରିକେଟ ଭିତ୍ତିଭୂମିର ଉନ୍ନତି ପାଇଁ ଆମେ କାମ କରିବାକୁ ଯାଉଛୁ। କ୍ରିକେଟର ଏହି ବିକାଶ ଯାତ୍ରାରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଙ୍ଘର ସବୁ ସଦସ୍ୟମାନେ ଗଠନମୂଳକ ସହଯୋଗ କରିବାକୁ ଗୁରୁବାର ଅନୁରୋଧ କରିଛନ୍ତି, ଓଡ଼ିଶା କ୍ରିକେଟ ସଂଘର ସଦ୍ୟ ନିର୍ବାଚିତ ସମ୍ପାଦକ ସଞ୍ଜୟ ବେହେରା। ଗୁରୁବାର ମଧ୍ୟାହ୍ନରେ ଓସିଏ ଅଫିସରେ ନବ ନିର୍ବାଚିତ ଓସିଏ ପଦାଧିକାରୀମାନଙ୍କୁ ସାକ୍ଷାତ କରିଥିଲା ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର ଏକ ପ୍ରତିନିଧି ଦଳ।

ରାଜ୍ୟରେ କ୍ରିକେଟର କିପରି ସର୍ବାଙ୍ଗୀନ ବିକାଶ ହୋଇପାରିବ, ସେଥିପାଇଁ ପରାମର୍ଶ ଦେବାକୁ ସେ ଅନୁରୋଧ କରିଥିଲେ। କ୍ରୀଡ଼ା ସାମ୍ବାଦିକମାନଙ୍କର ସମସ୍ତ ଅସୁବିଧା ଦୂର ପାଇଁ ଯଥାସମ୍ଭବ ଚେଷ୍ଟା ଓସିଏ ପକ୍ଷରୁ କରାଯିବାର ପ୍ରତିଶ୍ରୁତି ଦେଇଥିଲେ। ବାରବାଟୀ ଷ୍ଟାଡିୟମରେ ଓସ୍‌ଜା ଅଫିସ ପାଇଁ ଏକ ଗୃହ ପ୍ରଦାନ ବାବଦରେ ଦିଆଯାଇଥିବା ପତ୍ରକୁ ଓସିଏ ସମ୍ପାଦକ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏସନର କାର୍ଯ୍ୟର୍ନିବାହୀ ସମ୍ପାଦକ ଅଭିଜିତ୍‌ ପାଲଙ୍କୁ ହସ୍ତାନ୍ତର କରିଥିଲେ । ଟୁଇନ୍‌ ସିଟିରେ ମିଡିଆ କପ୍‌ କ୍ରିକେଟ୍‌ ଆୟୋଜନ ଏବଂ ୨୦୨୦ ଓସ୍‌ଜା ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବ କଟକରେ କରାଯିବା ବେଳେ ସହଯୋଗ କରିବାର ପ୍ରତିଶ୍ରୁତି ଓସିଏ ପକ୍ଷରୁ ଦିଆଯାଇଥିଲା।

Tags: