latest

ବଦଳୁ ଥିବା ଋତୁରେ ପିଲାଙ୍କ ଯତ୍ନ

Spread the love

ଋତୁ ଚକ୍ରରେ ପରିବର୍ତ୍ତନ ସହ ଏହାର ପ୍ରଭାବ ଛୋଟ ଶିଶୁଙ୍କ ଉପରେ ପଡ଼ିଥାଏ । ଥଣ୍ଡା, ଜ୍ୱରଠାରୁ ଆରମ୍ଭ କରି ଛୋଟମୋଟ ରୋଗ ଦେଖାଯାଇଥାଏ । ତେଣୁ ଏହି ସମୟରେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଦୃଷ୍ଟି ଦେବା ନିହାତି ଜରୁରୀ । ବର୍ତ୍ତମାନ ସମୟରେ ବର୍ଷା ଯାଇ ଶୀତର ଆଗମନ ହେଉଛି । ଏହି କାରଣରୁ ସକାଳେ ଏବଂ ସନ୍ଧ୍ୟାରେ ହାଲୁକା ଥଣ୍ଡା ପଡ଼ୁଛି । ଏହାର ପ୍ରଭାବ ବଡ଼ମାନଙ୍କ ଉପରେ ଯଦିଓ ପଡ଼ିନଥାଏ, ମାତ୍ର ଛୋଟ ପିଲାଙ୍କ ଉପରେ ତୁରନ୍ତ ପଡ଼ିଥାଏ ଏହାର ପ୍ରଭାବ । ଶରତ ଋତୁରେ ସାଧାରଣତଃ ଛୋଟ ପିଲାଙ୍କୁ ଥଣ୍ଡା, ଜ୍ୱରର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେଣୁ ପିଲାଙ୍କର ଖାଦ୍ୟପେୟଠାରୁ ଆରମ୍ଭ କରି ପୋଷାକ ପରିଚ୍ଛଦ ଉପରେ ଦୃଷ୍ଟି ଦେବା ଦରକାର । ଛୋଟ ପିଲାଙ୍କୁ ଅଁଳା ଏବଂ ଅଦା ଖୁଆଇବା କଷ୍ଟକର ବ୍ୟାପାର । ତେବେ ଏହା ଖାଇବା ଦ୍ୱାରା ସେମାନଙ୍କ ଭିତରେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ । ପିଲାମାନେ କିପରି ଏହାକୁ ଖୁସିରେ ଖାଇବେ ସେଥିପ୍ରତି ଦୃଷ୍ଟି ଦେବା ଦରକାର । କିଛି ପିଲାଙ୍କୁ ମିଠା ଖାଇବା ପସନ୍ଦ ହୋଇନଥାଏ । ଏପରି ସ୍ଥିତିରେ ପିଲାକୁ କ୍ଷୀରରେ ହଳଦୀ ମିଶାଇ ଖୁଆଇବା ସମସ୍ୟା ସୃଷ୍ଟି ହୁଏ । ମାତ୍ର ଏହାଦ୍ୱାରା ପିଲାଙ୍କୁ ଅନ୍ୟ ପିଲାଙ୍କ ଠାରୁ ସଂକ୍ରମଣରୁ ଦୂରେଇ ରଖାଯାଇପାରିବ । ସବୁଠୁ ବଡ଼ ବିଷୟ ହେଉଛି ପିଲାଟି ବାହାରୁ ଘରେ ପହଞ୍ôଚବା ପରେ ସେ ଯେପରି ହାତଗୋଡ଼ ଧୁଏ ସେଥିପ୍ରତି ଦୃଷ୍ଟି ଦେବା ଦରକାର । ଖାଇବା ପୂର୍ବରୁ ମଧ୍ୟ ଏହି ଅଭ୍ୟାସ ଜରୁରୀ । ରାତିରେ ଶୋଇବା ସମୟରେ ଚବନପ୍ରାସ ଏବଂ କ୍ଷୀର ପିଇବାର ଅଭ୍ୟାସ ବଡ଼ ଫାଇଦା ଦେଇଥାଏ ଶରୀର ଏବଂ ମାନସିକତାକୁ ।

Tags: