ନନ୍ଦନକାନନରେ ହାତୀ ମଡକ

Spread the love

ହରପିସ୍ ଭାଇରସ୍ ଆତଙ୍କ ବଢ଼ିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ହାତୀ ଆଖି ବୁଜିବାରେ ଲାଗିଛନ୍ତି । ହାତୀ ପରେ ମାଈ ଜଳହସ୍ତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନନ୍ଦନକାନନରେ ହାତୀମଡକ  ଥମିବାର ନାଁ ଧରୁନି। ହରପିସ୍ ଭୂତାଣୁରେ ୪ଟି ହାତୀର ଜୀବନ ଯାଇଥିବାବେଳେ ଏବେ ଜଳହସ୍ତୀଙ୍କୁ ନେଇ ସାମ୍ନାକୁ ଆସିଛି ଏହି ଚିତ୍ର । ଚିଡିଆଖାନାରେ ଥିବା ମାଈ ଜଳହସ୍ତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଅସୁସ୍ଥତା କାରଣରୁ ଜଳହସ୍ତୀର ମୃତ୍ୟୁ ହୋଇଥିବା ଚିଡିଆଖାନା ପକ୍ଷରୁ ସୂଚନା ଦିଆଯାଇଛି ।

ମାଈ ଜଳହସ୍ତୀର ମୃତ୍ୟୁ ପରେ ଚିଡିଆଖାନାର ଜଳହସ୍ତୀ ସଂଖ୍ୟା ୧୧କୁ ଖସିଆସିଛି । ସେପଟେ କିନ୍ତୁ ପିସିସିଏଫଙ୍କ ବିତଣ୍ଡା ଯୁକ୍ତି । ସମସ୍ୟାର ସମାଧାନ କଥା ଚିନ୍ତା ନକରି ହରପିସ୍ ଭାଇରସର ମୁକାବିଲା ପାଇଁ ଏଯାଏଁ କୌଣସି ପ୍ରତିଶେଧ ମୂଳକ ବ୍ୟବସ୍ଥା ରାଜ୍ୟ ପାଖରେ ନଥିବା କହି ହାତ ଟେକି ଦେଇଛନ୍ତି । ଆଜି ମଧ୍ୟ ନନ୍ଦନକାନନରେ ଆଉ ଏକ ଜଳହସ୍ତୀର ମୃତ୍ୟୁ ଘଟିଛି । ଯାହାକୁ ନେଇ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି ।

Tags: