latest

ପତ୍ନୀଦେଲା ଧୋକା, ବୟଫ୍ରେଣ୍ଡ ଠାରୁ ସ୍ୱାମୀ ଆଦାୟ କଲେ 6 କୋଟି ଟଙ୍କା

Spread the love

ପତ୍ନୀଠାରୁ ଧୋକାଖାଇ ଜଣେ ବ୍ୟକ୍ତି ତାଙ୍କ ପୁରୁଷ ବନ୍ଧୁଙ୍କ ଉପରେ ମାମଲା ରୁଜୁ କରିଛନ୍ତି। ଏହି ଘଟଣା ଆମେରିକାର ଉତ୍ତର କରୋଲିନାରେ ଘଟିଛି। କେବିନ ହାଓ୍ବର୍ଡ ନାମକ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ପୁରୁଷବନ୍ଧୁଙ୍କ ଉପରେ ମାମଲା ରୁଜୁ କରିଛନ୍ତି । କେବିନ 6 କୋଟି ଟଙ୍କାର କେସ ଜିତିଛନ୍ତି । ବିବାହର 12 ବର୍ଷ ପରେ କେବିନକୁ ଜଣାପଡିଲା ଯେ  ତାଙ୍କ ପତ୍ନୀ ତାଙ୍କୁ ଧୋକା ଦେଉଛନ୍ତି ।

ତାଙ୍କ ପୁରୁଷବନ୍ଧୁଙ୍କ ସହ ସମ୍ପର୍କ ଅଛି । କେବିନ ନିଜ ରାଗ ସୁଝାଇବାପାଇଁ ଆଇନର ସାହାରା ନେଇ ଉକ୍ତ ବ୍ୟକ୍ତି ଉପରେ ମାମଲା ରୁଜୁ କରିଥିଲେ । ହୋମଓ୍ୱେରକର ନିୟମ ଅନୁସାରେ ଯଦି କୌଣସି ମହିଳା କିମ୍ବା ପୁରୁଷ ଅନ୍ୟ ବ୍ୟକ୍ତିଙ୍କ ସହ ଜାଣିଶୁଣି ଅନ୍ୟକାହାର ବୈବାହିକ ଜୀବନରେ ହସ୍ତକ୍ଷେପ କରେ ତାହେଲେ ତାଙ୍କ ଉପରେ ମାମଲା ରୁଜୁ ହୋଇପାରେ । କେବିନ ଆହୁରି କହିଛନ୍ତି ଝଗଡା କରିବା ଅପେକ୍ଷା କେସ କରିବାକୁ ଉଚିତ୍ ମନେକଲେ । ତେଣୁ ସେ ତାଙ୍କ ପତ୍ନୀଙ୍କ ବନ୍ଧୁଙ୍କ   ନାମରେ ମାମଲା ରୁଜୁ କରିଥିଲେ।