ଦାଢି କାଟି ବାରିକ ଗିରଫ

Spread the News

ପାକିସ୍ତାନରେ ଅଜବ ନିୟମ। ଦାଢିକାଟିବାରୁ 4 ଜଣ ବାରିକଙ୍କି ଗିରଫ କରାଯାଇଛି । ପାକିସ୍ତାନରେ ଯୁବକମାନେ ନିଜ ଇଚ୍ଛାରେ ଦାଢ଼ି କାଟି ପାରିବେ ନାହିଁ ବୋଲି ପାକିସ୍ତାନ ପ୍ରଶାସନ କଡ଼ା ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଷ୍ଟାଇଲିଶ ଦାଢ଼ି କାଟିବା ବ୍ୟାନ କରିବା ସତ୍ବେ ଗ୍ରାହକଙ୍କୁ ଷ୍ଟାଇଲିଶ ଦାଢ଼ି କାଟିବା ଅଭିଯୋଗରେ ଚାରି ଜଣ ଚୁଟି କଟାଳିଙ୍କୁ ପାକିସ୍ତାନ ପୋଲିସ ଗିରଫ କରିଛି। ଏହାସହ ଦାଢ଼ି କଟା ଅଭିଯୋଗରେ ଚାରିଜଣଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବା ଲାଗି ମଧ୍ୟ କୁହାଯାଇଛି। ପା୍କ୍ ପୋଲିସର ଏଭିଳି କାର୍ଯ୍ୟକଳାପକୁ କେହି ଜଣେ ଗ୍ରାହକ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଷ୍ଟାଇଲିଶ ଦାଢ଼ି କାଟିବା ଇସ୍ଲାମିକ ଧର୍ମ ଘୋର ବିରୋଧ ବୋଲି ପୂର୍ବରୁ ପାକିସ୍ତାନ ପ୍ରଶାସନ ଜନସାଧାରଣଙ୍କୁ ଜଣାଇ ଦେଇଥିଲେ। ଏହା ସତ୍ବେ ଏଭଳି ଚୁଟି କାଟିବାରୁ ପୋଲିସ ଚାରି ଜଣ ଚୁଟି କଟାଳିଙ୍କୁ ଗିରଫ କରିବା ସହ ୫ ହଜାର ଟଙ୍କା ଜରିମାନା ଦେବା ଲାଗି ନିର୍ଦେଶ ଦେଇଛନ୍ତି।